ପୁଟିନ ଓ ଜେଲେସ୍କିକୁ ଭେଟିବେ ଜାତିସଂଘ ମୁଖ୍ୟ ଏନ୍ତୋନିୟୋ

ବ୍ୟୁରୋ : ସଂଯୁକ୍ତ ରାଷ୍ଟର ମହାସଚିବ ଏନ୍ତୋନିୟ ଆସନ୍ତା ସପ୍ତାହରେ ଋଷ ଓ ୟୁକ୍ରେନ ରାଷ୍ଟ୍ରପତିଙଙ୍କୁ ଭେଟିବାକୁ ଯିବେ । ଦୁଇ ଦେଶ ମଧ୍ୟରେ କିପରି ଶାନ୍ତି ପେରାଇ ହେବ । ଶୁକ୍ରବାର ଦିନ ଆଲୋଚନା ସମ୍ପର୍କରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସୂଚାଇ ଦେଇଛି ।

କ୍ରେମଲିନ ମୁଖପାତ୍ର ଦିମିତ୍ରି ପେସ୍କୋଭ କହିଛନ୍ତି ମଙ୍ଗଳବାର ଦିନ ଋଷର ବୈଦେଶିକ ମନ୍ତ୍ରୀ ସର୍ଗେଲ ଲାଭରୋଭଙ୍କୁ ଭେଟିବେ । ଏବଂ ଯୁଦ୍ଧ ଶାନ୍ତି ସମ୍ପର୍କରେ କଥାହେବେ । ଏହି କାର୍ଯ୍ୟକ୍ରମ ପରେ ତାଙ୍କର ୟୁକ୍ରେନ ରାଷ୍ଟପତି ଜେଲେସ୍କିଙ୍କୁ ମଧ୍ୟ ଦେଖାକରିବେ ।ଗୁଟାରେସ ମଙ୍ଗଳବାର ଦିନ ଉଭୟ ଦେଶର ରାଷ୍ଟପତିଙ୍କୁ ଭିନ୍ନ ଭିନ୍ନ ରାଜଧାନୀରେ ଦେଖା କରିବା ପାଇଁ କହିଛନ୍ତି । ଏଥି ସହିତ ଚଳିତ ମାସରେ ଯୁଦ୍ଧ କିପରି ଭାବରେ ବନ୍ଦ ହୋଇ ପାରିବ ତାହା ସମ୍ପର୍କରେ ଆଲୋଚନା କରିବା ପାଇଁ ସଂଯୁକ୍ତ ରାଷ୍ଟର ମୁଖ୍ୟ ମାନବାଧିକାର ଅଧିକାରୀଙ୍କୁ ମସ୍କୋ ଓ କ୍ୱିବକୁ ପଠାଇଛନ୍ତି ।

ସୂଚନାନୁଯାୟୀ ସଂଯୁକ୍ତ ରାଷ୍ଟ୍ରପକ୍ଷର କୁହାଯାଇଛି ବୁଧବାର ଦିନ ୟୁକ୍ରେନ ରାଷ୍ଟ୍ରପତି ଓ ବିଦେଶ ମନ୍ତ୍ରୀଙ୍କ ସହ ଭେଟିବାକୁ ୟୁକ୍ରେନ ଗ୍ରସ୍ତ କରିବେ । ଉଭୟ ଗସ୍ତର ମୁଖ୍ୟ କାରଣ ହେଉଛି ଦୁଇ ଦେଶ ମଧ୍ୟର ଯୁଦ୍ଧ ବନ୍ଦ କରିବା ।