ଭୁବନେଶ୍ୱର: ରାଜଧାନୀରେ ଚାଲିଛି ନକଲି ସିମେଣ୍ଟ କାରବାର । ତାହା ପୁଣି ନାମୀ ଦାମୀ ଅଲ୍ଟ୍ରାଟେକ ସିମେଣ୍ଟ କମ୍ପାନୀର । ବହୁ ଆଶା ନେଇ ସହିଦ ନଗରର ନିରଞ୍ଜନ ମହାପାତ୍ର ଖାରବେଳ ନଗରରେ ତାଙ୍କ ନିଜର ଏକ ଘର ତୋଳୁଛନ୍ତି । ଇଞ୍ଜିୟରସ ଚଏସ ଅଲଟ୍ରାଟେକ ସିମେଣ୍ଟ ହୋଇଥିବାରୁ ସେ ଏହାକୁ ବାଛିଥିଲେ । ଭୁବନେଶ୍ୱର ସିଦ୍ଧାର୍ଥ କନଷ୍ଟ୍ରକସନ ଠାରୁ ଅଲଟ୍ରାଟେକ ସିମେଣ୍ଟର ୧୬୦ ବସ୍ତା କିଣିଲେ । ଘରର ୧୬ଟି ପିଲାର ଉଠାଇବାର ୪ ଦିନ ପରେ ମଧ୍ୟ ପିଲାରର କଂକ୍ରିଟ ସେଟ ନେଉନଥିବା ଦେଖିବାକୁ ପାଇଲେ । ଏଥିନେଇ ସେ ସିଦ୍ଧାର୍ଥ କନଷ୍ଟ୍ରକ୍ସନକୁ ଜଣାଇଥିଲେ । କନ୍ଷ୍ଟ୍ରକସନ କମ୍ପାନୀ ସିମେଣ୍ଟ କମ୍ପାନୀକୁ ଜଣାଇଲା । କମ୍ପାନୀର ଇଞ୍ଜିନିୟର ଆସିଲେ, କିନ୍ତୁ ସିଦ୍ଧାର୍ଥ କନଷ୍ଟ୍ରକସନର ମାଲିକ ଏବିଷୟରେ ଇଞ୍ଜିନିୟରଙ୍କୁ କିଛି ଜଣାଇଲେ ନାହିଁ । ଉଭୟ କମ୍ପାନୀର ବ୍ୟବହାରରେ ଶେଷରେ ସେ ଖାରବେଳ ନଗର ଥାନାର ଦ୍ୱାରସ୍ଥ ହୋଇଛନ୍ତି । ତାଙ୍କ ୧୬ଟି ପିଲାର ପାଇଁ ୫୦ ହଜାର ଟଙ୍କା କ୍ଷତି ହୋଇଥିବାରୁ ସେ ତାଙ୍କ କ୍ଷତିପୂରଣ ଦାବି କରୁଛନ୍ତି । ଏଥିସହ ଲୋକଙ୍କ ଧନ ଜୀବନ ସହ ସିମେଣ୍ଟ କମ୍ପାନୀ ଖେଳୁଥିବା ସେ ଅଭିଯୋଗ କରି ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି ।