‘ଯେଉଁମାନେ ଯିବାକୁ ଚାହୁଁଛନ୍ତି ସେମାନେ ବିନା ଦ୍ୱିଧାରେ ଯାଇପାରନ୍ତି, ମୁଁ ନୂଆ ଶିବସେନା ଗଢିବି’ : ଉଦ୍ଧବ ଠାକରେ

ମୁମ୍ବାଇ : ନିଜ ସରକାର ବଞ୍ଚାଇବା ପାଇଁ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ସଂଘର୍ଷ କରିବାକୁ ପଡୁଛି । ଏଣୁ ବିଗତ ୪ ଦିନ ହେଲା ଆଲୋଚନା ଜାରି ରଖିଛନ୍ତି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶୁକ୍ରବାର ସେନା ଭବନରେ ଶିବସୈନିକଙ୍କ ସହିତ କଥା ହୋଇଥିଲା ବେଳେ ଆଦିତ୍ୟ ଠାକରେ ଜିଲ୍ଲାସ୍ତରୀୟ ପଦାଧିକାରୀଙ୍କୁ ସମ୍ବୋଧିତ କରିଛନ୍ତି । ସେହିପରି ଶରଦ ପାୱାରଙ୍କ ସମତେ ଏନସିପିର ବରିଷ୍ଠ ନେତାଙ୍କ ସହିତ ଆଗାମୀ ରଣନୀତି ନେଇ ଉଦ୍ଧବ ଠାକରେ ବୈଠକ କରିଛନ୍ତି ।

ଏଥିରେ ଉଦ୍ଧବ କହିଛନ୍ତି , ‘ଯେଉଁମାନେ ଯିବାକୁ ଚାହୁଁଛନ୍ତି ସେମାନେ ବିନା ଦ୍ୱିଧାରେ ଯାଇପାରନ୍ତି, ମୁଁ ନୂଆ ଶିବସେନା ଗଢିବି’ । କର୍ପୋରେଟରଙ୍କୁ ଭିଡିଓ କନଫେରନ୍ସିଙ୍ଗ ଜରିଆରେ ଉଦବୋଧନ ଦେବା ସମୟରେ ବିରୋଧୀଙ୍କ ପ୍ରତି ଏଭଳିି କଥା ମତ ଦେଇଛନ୍ତି ଉଦ୍ଧବ । ଉଦବୋଧନ ଦେବା ସମୟର ସେ ଆହୁୁରି ମଧ୍ୟ କହିଛନ୍ତି ଯେ, ସାଧାରଣ ଶିବାସେନା କର୍ମୀମାନେ ମୋର ସମ୍ପତ୍ତି । ସେମାନେ ଯେପର୍ୟ୍ୟନ୍ତ ମୋ ସାଙ୍ଗରେ ଥିବେ ଅନ୍ୟମାନଙ୍କ ସମାଲୋଚନାକୁ ମୋର ପରବାୟ ନାହିଁ । ଆପଣା ଲୋକେ ଶିବସେନା ପ୍ରତି ବିଶ୍ୱାସଘାତକତା କରିଛନ୍ତି । ଗୌହାଟୀରେ ଡେରା ପକାଇଥିବା ଏକନାଥଙ୍କ ସହ ଅଧିକାଂଶ ବିଧାୟକ ଯୋଗଦେଇଥିବାରୁ ମୋ ସରକାର ସଙ୍କଟରେ ପଡିଛି । ଆପଣମାନଙ୍କ ମଧ୍ୟରୁ ଅନେକ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଆଶାୟୀ ଥିବାବେେଳେ ଆମେ ଉକ୍ତ ବିଦ୍ରୋହୀଙ୍କୁ ଟିକେଟ ଦେଇଥିଲୁ । ଆପଣମାନଙ୍କ କଠିନ ପରିଶ୍ରମ ବଳରେ ବିଜୟୀ ହେବା ପରେ ସେମାନେ ଅସନ୍ତୁଷ୍ଟ ହୋଇ ଏବେ ନିଜ ପତିଆରା ଦେଖାଉଛନ୍ତି । ଏଭଳି ସଙ୍କଟ ସମୟରେ ମଧ୍ୟ ଆପଣମାନେ ଦଳକୁ ସମର୍ଥନ କରୁଛନ୍ତି । ସେଥିପାଇଁ ଯେତେ ପରିମାଣରେ କୃତଜ୍ଞତା ଜ୍ଞାପନ କରିବା କଥା ମୁଁ କରିପାରୁନାହିଁ’ ବୋଲି ଉଦ୍ଧବ କହିଛନ୍ତି ।