ଆରମ୍ଭ ହେବ U-19 ବିଶ୍ୱକପ

ପ୍ରୋଭିଡେନ୍ସ: ଆସନ୍ତାକାଲିଠୁ ଆରମ୍ଭ ହେଉଛି ୧୯ ବର୍ଷରୁ କମ ଦିନିକିଆ ବିଶ୍ୱକପ । ୧୬ଟି ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଥିବା ବେଳେ ଦଳଗୁଡିକୁ ୪ଟି ଗ୍ରୁପରେ ରାଉଣ୍ଡ ରବିନ ଏବଂ ନକଆଉଟ ପର୍ଯ୍ୟାୟ ଟ୍ରଫି ପାଇଁ କରିବେ ଲଢେଇ । ୱେଷ୍ଟଇଣ୍ଡିଜର ୪ଟି ଭେନ୍ୟୁ ଯଥା ଆଣ୍ଟିଗୁଆ, ଗୁଏନା, ସେଣ୍ଟ କିଟ୍ସ ଓ ତ୍ରିନିଦାଦ ଏବଂ ନର୍ଥ ସାଉଣ୍ଡରେ ମ୍ୟାଚ୍ ଗୁଡ଼ିକ ଖେଳାଯିବ । ମୋଟ ୪୮ଟି ମ୍ୟାଚ୍ ଖେଳାଯିବାକୁ ଥିବାବେଳେ ଫେବ୍ରୁଆରୀ ୫ତାରିଖ ଫାଇନାଲ୍ ମୁକାବିଲା ଅନୁଷ୍ଠିତ ହେବ ।

ତେବେ ଉଦଘାଯନୀ ମ୍ୟାଚରେ ୱେଷ୍ଟଇଣ୍ଡିଜ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ । ୪ ଥର ଚମ୍ପିଆ ମୁକଟ ପିନ୍ଧିଥିବା ଭାରତ ରବିବାର ଖେଳିବ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ । ଗ୍ରୁପ୍-ବି’ରେ ଦଳ ଦକ୍ଷିଣ ଆଫ୍ରିକା, ଆୟର୍ଲାଣ୍ଡ ଓ ଉଗାଣ୍ଡା ସହ ସ୍ଥାନ ପାଇଛି । ଏହି ଗ୍ରୁପ୍ରେ ଦକ୍ଷିଣ ଆଫ୍ରିକା ଅନ୍ୟତମ ଟାଣୁଆ ଦଳ । ପ୍ରଥମ ମ୍ୟାଚ୍ ଜିତିଲେ ଭାରତ ସୁପର ଲିଗ୍ରେ ପହଞ୍ଚି ପାରିବ । ପରବର୍ତ୍ତୀ ଦୁଇଟି ମ୍ୟାଚ୍ ଦୁର୍ବଳ ଆୟର୍ଲାଣ୍ଡ (୧୯ତାରିଖ) ଓ ସ୍କଟଲାଣ୍ଡ (୨୨ତାରିଖ) ବିପକ୍ଷରେ ଖେଳିବ । ଦିଲ୍ଲୀର ପ୍ରତିଭାବାନ ବ୍ୟାଟ୍ସମ୍ୟାନ୍ ୟଶ୍ ଧୁଲ ଦଳର ନେତୃତ୍ୱ ନେବେ ।

ଭାରତୀୟ ଦଳ: ୟଶ୍ ଧୁଲ (ଅଧିନାୟକ), ହାରନୁର ସିଂହ, ଅଙ୍ଗକ୍ରିସ୍ ରଘୁବଂଶି, ଏସକେ ରସିଦ (ଉପଅଧିନାୟକ), ନିଶାନ୍ତ ସିନ୍ଧୁ, ସିଦ୍ଧାର୍ଥ ଯାଦବ, ଅନୀଶ୍ୱର ଗୌତମ, ଦିନେଶ ବାନା, ଆରାଧ୍ୟା ଯାଦବ, ରାଜ ଅଙ୍ଗଦ ବାୱା, ମାନବ ପରଖ, କୁଶାଲ ତାମ୍ବେ, ଆରଏସ୍ ହାଙ୍ଗରେଗକର, ବାସୁ ବତ୍ସ, ଭିକି ଓସ୍ତ୍ୱାଲ, ରବିକୁମାର, ଗର୍ବ ସାଙ୍ଗୱାନ୍ ।