ହିିଞ୍ଜିଳି(ରଜନୀକାନ୍ତ ପାତ୍ର): ଅଜଣା ଗାଡ଼ି ଧକ୍କାରେ ଦୁଇ ମହିଳାଙ୍କ ମୃତ୍ୟୁ । ବ୍ରହ୍ମପୁର-ଦିଗପହଣ୍ଡି ରାସ୍ତା ଗୋକର୍ଣ୍ଣପୁର ବ୍ରିଜ ନିକଟରେ ଏଭଳି ଏକ ଦୁର୍ଘଟଣା ଘଟିଯାଇଛି । ମୃତକମାନେ ହେଲେ ତମାଳ ବିନ୍ଧାଣୀ ଓ ଚିନାରୀ ବାଙ୍ଗାରୀ ପାତ୍ର । ଏହି ଦୁଘଟଣା ପରେ ଉତ୍ୟକ୍ତ ଲୋକ କ୍ଷତିପୂରଣ ଦାବିରେ ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାକୁ ଅବରୋଧ କରିଛନ୍ତି । ଫଳରେ ଏହି ରାସ୍ତାରେ ଗାଡ଼ିମୋଟର ଚଳାଚଳ ବନ୍ଦ ରହିଛି । ତେବେ ଖବର ପାଇ ଦିଗପହଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି । ମୃତ ଦୁଇ ମହିଳା ଭୋରୁ ଗାଁ ନିକଟ ନାଳକୁ ଗାଧୋଇବା ପାଇଁ ଯାଉଥିବା ସମୟରେ ଅଜଣା ଗାଡ଼ି ଧକ୍କା ଦେଇଥିଲା ।ଫଳରେ ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି ।