ନୟାଗଡ଼ / ମାନସ କୁମାର ସାହୁ : ଶିକ୍ଷକଙ୍କ ନାଁରେ କଳଙ୍କ । ଗୋଟିଏ ଦିନରେ ବନ୍ଧା ହେଲେ ୨ ଶିକ୍ଷକ । ଛାତ୍ରୀଙ୍କୁ ଅସଦାଚରଣ ଏବଂ ଦୁଷ୍କର୍ମ ଅଭିଯୋଗରେ ୨ ଶିକ୍ଷକଙ୍କୁ ଗିରଫ କଲା ନୟାଗଡ ଟାଉନଥାନା ପୋଲିସ।
ସୂଚନା ଅନୁଯାୟୀ, ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଘରୋଇ ବିଦ୍ୟାଳୟର ଶିକ୍ଷକ ଜ୍ଞାନରଞ୍ଜନ ନାୟକକୁ ପୋଲିସ ଗିରଫ କରିଥିବା ବେଳେ, ପୁଣି ସେହିପରି ରାଜସୁନାଖଳା ଅଂଚଳର ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ନୟାଗଡ ସ୍ବୟଂଶାସିତ କଲେଜର ଗଣିତ ଅଧ୍ୟାପକ ମନୋଜ ହୋତାଙ୍କୁ ଗିରଫ କରିଛି ନୟାଗଡ ପୋଲିସ । ମନୋଜ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ସହ ତାଙ୍କୁ ବିବାହ କରିବାକୁ ବାଧ୍ୟ କରିଥିଲେ । ଏନେଇ ଛାତ୍ରୀଜଣଙ୍କ ଏଥିରେ ରାଜି ନହେବାରୁ ଏକ ଭିଡିଓକୁ ଭାଇରାଲ କରିଦେବେ ବୋଲି ଧମକ ଦେଇ ଥିଲେ ଅଧ୍ୟାପକ । ଛାତ୍ରୀ ଲୋକ ଲଜ୍ୟାକୁ ଭୟ କରି ଚୁପରେ କାହାକୁ କିଛି ନ କହି ରହିଥିଲେ । କିନ୍ତୁ ଅଧ୍ୟାପକଙ୍କ ମନରେ ଥିଲା ସଇତାନ ବୁଦ୍ଧି । ବାରମ୍ବାର ଫୋନ କରି ଭିଡ଼ିଓକୁ ଭାଇରାଲ କରି ବାକୁ ଧମକ ଦେବାରୁ ପରିବାରରେ ଜଣାଇ ଥିଲେ ଛାତ୍ରୀ । ପରେ ନୟାଗଡ ଥାନା ଅଭିଯୋଗ କରିବା ପୋଲିସ ତଦନ୍ତ କରି ଦୁଇ ଜଣ ଅଧ୍ୟାପକଙ୍କୁ ଗିରଫ କରିଥିଲା ପୋଲିସ । ତେବେ ଗିରଫ ଦୁଇ ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ନେଇ ସୂଚନା ଦେଇଛନ୍ତି ଥାନା ଅଧିକାରୀ ଦିଗ ବିଜୟ ବିଶ୍ୱାଳ।