ପାଟନାର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନର ଜଣେ ଡାକ୍ତରଙ୍କ ସମେତ ଦୁଇ ଜଣ କୋଭିଡ-୧୯ ଭାଇରସରେ ସଂକ୍ରମିତ

ପାଟନା-: ଦୀର୍ଘ ଅଢେଇ ବର୍ଷର ବ୍ୟବଧାନ ପରେ ପୁଣି ଦେଶରେ ମୁଣ୍ତ ଟେକିଛି କୋଭିଡ । ଦିନକୁ ଦିନକୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହାରି ଭିତରେ ଆଜି ଦେଶରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ହଜାର ଟପିଛି । ସାରା ଦେଶରେ କୋଭିଡ-୧୯ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ପାଟନାର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ର ଜଣେ ଡାକ୍ତରଙ୍କ ସମେତ ଦୁଇ ଜଣ କୋଭିଡ-୧୯ ଭାଇରସରେ ସଂକ୍ରମିତ ହୋଇଥିବା ନିଶ୍ଚିତ ହୋଇଛି । ସୋମବାର ଦିନ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି । ସଂକ୍ରମିତ ବ୍ୟକ୍ତିଙ୍କୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଏହି ମାମଲା ଉପରେ କଡ଼ା ନଜର ରଖାଯାଇଛି ଏବଂ ସମସ୍ତ ଆବଶ୍ୟକୀୟ ପ୍ରୋଟୋକଲ୍ ପାଳନ କରାଯାଉଛି । ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ, କିନ୍ତୁ ସତର୍କତା ସ୍ୱରୂପ, ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ, ଏହା ବିହାରରେ ନୂତନ ଲହରର ପ୍ରଥମ ମାମଲା ।

ତେବେ ଗତ କିଛି ସପ୍ତାହ ଧରି, ସାରା ଦେଶରେ କୋଭିଡ-୧୯ ମାମଲା ବୃଦ୍ଧି ପାଉଛି।” କେରଳ, ଦିଲ୍ଲୀ ଏବଂ ମହାରାଷ୍ଟ୍ରରେ ନୂତନ ପ୍ରକାରର କବଳ ଦେଖିବାକୁ ମିଳୁଛି ।  ମହାରାଷ୍ଟ୍ରରେ ସର୍ବାଧିକ ୨୦୯ ଜଣ ସକ୍ରିୟ କରୋନା ରୋଗୀ ଅଛନ୍ତି। ରାଜଧାନୀ ଦିଲ୍ଲୀରେ ମଧ୍ୟ କୋଭିଡ-୧୯ର ସକ୍ରିୟ ମାମଲା ସଂଖ୍ୟା ୧୦୪କୁ ବୃଦ୍ଧି ପାଇଛି ।