ବାହାନଗା ଟ୍ରେନ ଟ୍ରାଜେଡିକୁ ଦୁଇମାସ, ମନରୁ ଲିଭୁନି ସେଦିନର ଯନ୍ତ୍ରଣା
ଏମ୍ସ କଣ୍ଟେନରରେ ଥିବା ମୃତ ଦେହର ଏଯାଏଁ ମିଳିନି ପରିଚୟ
ଭୁବନେଶ୍ୱର : ବାହାନଗା ଟ୍ରେନ ଟ୍ରାଜେଡିକୁ ଆଜି ଦୁଇମାସ ପୁରିଛି। ଷ୍ଟେସନ ଦେଇ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇଛି ସତ କିନ୍ତୁ ଏବେ ବି ମନରୁ ଲିଭୁନି ସେଦିନର ଯନ୍ତ୍ରଣା। ଷ୍ଟେସନ ପାଖରେ ପଡିଥିବା ଖାଲି ବାଗିକୁ ଦେଖିଲେ ଏବେ ବି ଲୋମା ଟାଙ୍କୁରି ଉଠୁଛି। ଘଟଣାରେ ସିନିଅର ସେକ୍ସନ ଇଞ୍ଜିନିୟର ଅରୁଣ ମହାନ୍ତି, ସେକ୍ସନ ଇଞ୍ଜିନିୟରିଂ ମହମ୍ମଦ ଅମିର ଖାଁ ଓ ଟେକ୍ନିସିଆନ ପପୁ କୁମାରଙ୍କୁ ସିବିଆଇ ଗିରଫ କରିଛି। ଅନ୍ୟ କର୍ମଚାରୀ ସଂପୃକ୍ତି ନେଇ ତଦନ୍ତ ଜାରି ରହିଛି।
ଏପଟେ ଏମ୍ସ କଣ୍ଟେନରରେ ଥିବା ମୃତ ଦେହର ଏଯାଏଁ ମିଳିନି ପରିଚୟ। ଚଳିତ ପର୍ଯ୍ୟାୟରେ ଅନ୍ତିମ DNA ରିପୋର୍ଟ ଆସିବ। ସମ୍ପର୍କୀୟଙ୍କ ସହ ଡିଏନଏ ମ୍ୟାଚ୍ କଲେ ଅନ୍ତିମ ସଂସ୍କାର ପାଇଁ ସୁଯୋଗ ମିଳିବ। ଏହାବଦେ ବାଳକ ମୃତ ଦେହ ନେଇ ସରକାର ପଦକ୍ଷେପ ନେବେ ବୋଲି ଏମ୍ସ ସୂଚନା ଦେଇଛି। ଏମ୍ସ ରେ ଥିବା ୮୧ ମୃତ ଶରୀର ଚିହ୍ନଟ ଲାଗି ୧୦୩ ସମ୍ପର୍କୀୟଙ୍କ DNA ନମୁନା ସଂଗ୍ରହ କରାଯାଇଥିଲା। DNA ମ୍ୟାଚିଙ୍ଗ ପରେ ୫୨ ଲୋକଙ୍କୁ ହସ୍ତାନ୍ତର ହୋଇସାରିଛି। ଜୁନ ୨ ତାରିଖରେ ଘଟିଥିଲା ଭୟଙ୍କର ଟ୍ରେନ ଦୁର୍ଘଟଣା। ଏଥିରେ ୨୯୫ ଲୋକଙ୍କ ଜୀବନ ଯାଇଥିଲା।