ବିଜେଡିରୁ ନିଲମ୍ବନ ପରେ ବଦଳିଲା ଦୁଇ ବିଧାୟକଙ୍କ ବିଧାନସଭାରେ ବସିବା ସିଟ

ଦଳରୁ ନିଲମ୍ବନ ପରେ ବଦଳିଲା ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡଙ୍କ ବିଧାନସଭା ବସିବା ସିଟ । ଅରବିନ୍ଦ ମହାପାତ୍ରଙ୍କ ସିଟ ଆଗରୁ G19  ଥିବା ବେଳେ ଏବେ ହୋଇଛି F19 । ସେହି ପରି ସନାତନ ମହାକୁଡଙ୍କ ସିଟ ଆଗରୁ ଥିଲା  F14,ଥିବା ବେଳେ ଏବେ ହୋଇଛି F21 । ଅରବିନ୍ଦ ମହାପାତ୍ରଙ୍କ ସିଟ ସୁନିଲ ମହାନ୍ତିଙ୍କ ସହ ପରିବର୍ତ୍ତନ ହୋଇଥିବା ବେଳେ ମାଧବ ଧଡାଙ୍କ ସିଟ ସହ ପରିବର୍ତ୍ତନ ହୋଇଛି ସନାତନ ମହାକୁଡଙ୍କ ସିଟ ।

ଆରମ୍ଭ ହୋଇଛି ବିଧାନସଭାର ବଜେଟ ଅଧିବେଶନ । ଆଜି ପ୍ରଥମ ଦିନରେ ଅଭିଭାଷଣ ରଖିଥିଲେ ରାଜ୍ୟପାଳ । ‘ ଜୟ ଜଗନ୍ନାଥ ‘ କହି ନିଜର ଅଭିଭାଷଣ ରଖିଲେ ରାଜ୍ୟପାଳ । ଦିବଂଗତ ସଦସ୍ୟଙ୍କ ବିୟୋଗରେ ଗୃହରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ପରେ ସହିଦଙ୍କୁ ମଧ୍ୟ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ରାଜ୍ୟପାଳ । ଓଡ଼ିଶାକୁ ଅଧିକରୁ ଅଧିକ ବିକଶିତ କରିବାକୁ ଲକ୍ଷ୍ୟ ନେଇ କହିଛନ୍ତି ରାଜ୍ୟପାଳ ।