ଅଟୋରେ ଦୁଇ ଜଣ ନାବାଳିକାଙ୍କୁ ଗଣଦୁଷ୍କର୍ମ;୩ ଅଭିଯୁକ୍ତ ପ୍ଲାଣ୍ଟ ସାଇଟ ଥାନାରେ ଅଟକ

ରିପୋଟର୍ସ ଟୁଡେ; ରାଉଲକେଲାରେ ଲଜ୍ୟା । ଦୁଇ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ । ଗତକାଲି ରାତିରେ ଦୁଇ ଜଣ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ପ୍ଲାଣ୍ଡସାଇଟ ଥାନାରେ ଏନେଇ ଅଭିଯୋଗ ହୋଇଛି । ତେବେ ଅଟୋରେ ଦୁଇ ଜଣ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଛି । ସେପଟେ ଏନେଇ ଥାନାରେ ଅଭିଯୋଗ ପରେ ୩ ଅଭିଯୁକ୍ତଙ୍କୁ ପ୍ଲାଣ୍ଟ ସାଇଟ ଥାନାରେ ଅଟକ ରଖିବା ସହ ତଦନ୍ତ ଆରମ୍ଭ କରିଛି ପୋଲିସ । ସୂଚନା ମୁତାବକ, ଗତ ରାତିରେ ଦୁଇ ନାବାଳିକା କିଛି ସାମଗ୍ରୀ କିଣିବାକୁ ରାଉରକେଲା ବଜାରକୁ ଆସିଥିଲେ। ବଜାରରୁ ଘରକୁ ଫେରୁଥିବାବେଳେ କିଛି ଯୁବକ ଘରେ ଛାଡିଦେବାକୁ କହି ଅଟୋରେ ଜଙ୍ଗଲକୁ ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ପ୍ଲାଣ୍ଟସାଇଟ ଥାନା ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ୭ ଜଣ ଅଭିଯୁକ୍ତ ଘଟଣାସ୍ଥଳରେ ଉପସ୍ଥିତ ଥିବାବେଳେ ତିନି ଜଣ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।