ଓଡ଼ିଶାର ଦୁଇ ଆଇପିଏସଙ୍କୁ ମିଳିଲା ବଡ଼ ଦାୟିତ୍ଵ

କେନ୍ଦ୍ର ଗଠନ କରିଥିବା ଏକ ସ୍ପେଶାଲ ଟିମରେ ସ୍ଥାନ ପାଇଲେ, କଣ ରହିଛି ଏହି ସ୍ପେଶାଲ ଟିମର କାମ ସଂପୂର୍ଣ ଗୁପ୍ତ ରଖା ଯାଇଛି ।

ଭୁବନେଶ୍ୱର : ଓଡିଶା କ୍ୟାଡରର ଦୁଇ ଆଇପିଏସ ଅଫିସରଙ୍କୁ କେନ୍ଦ୍ରରେ ମିଳିଲା ବଡ ଦାୟିତ୍ୱ । ଏହି ଦୁଇ ଆଇପିଏସ ଅଫିସର ହେଉଛନ୍ତି ପାରୁଲ ଗୁପ୍ତା ଓ ଆଶିଷ ସିଂ । ଏହି ୨ ଅଫିସର ୨୦୧୦ ବ୍ୟାଚର । କେନ୍ଦ୍ର ôଗହ ମନ୍ତ୍ରାଳୟ ଓ ଗୁଇନ୍ଦା ବିଭାଗ ଦ୍ୱାରା ଏକ “ହାର୍ଡକୋର୍” ଟିମ୍ ଗଠନ କରାଯାଇଛି । ଏହି ହାର୍ଡକୋର ଟିମରେ ମୋଟ ୧୦ ଜଣ ଆଇପିଏସ ଅଫିସରଙ୍କୁ ନିଯୁକ୍ତ କରା ଯାଇଛି । ବିଭିନ୍ନ ରାଜ୍ୟରୁ ଚୟନ ହୋଇଥିବା ଅଫିସରଙ୍କ ମଧ୍ୟରୁ ଓଡିଶା କ୍ୟାଡରର ୨ ଜଣ ଅଛନ୍ତି ।

ଉଭୟ ଅଫିସର ଏବେ କେନ୍ଦ୍ର ଗୁଇନ୍ଦା ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଦାୟିତ୍ୱରେ ଅଛନ୍ତି । ସେପଟେ ନୂଆ କରି ଗଠନ ହୋଇଥିବା “ହାର୍ଡକୋର” ଟିମ କାମ କଣ ? ସେମାନେ କେଉଁ ପ୍ରକାର ମାମଲାର ତଦନ୍ତ କରିବେ ? କାହାକୁ ରିପୋର୍ଟିଂ କରିବେ ? ତାହା କିନ୍ତୁ ଜଣା ପଡି ନାହିଁ । କିନ୍ତୁ ଏହା ସତ କିଛି ଗୋଟେ ବଡ ଅପରେସନ୍ ହେବାକୁ ଯାଉଛି ।