ଭୁବନେଶ୍ୱର: ୨ କୋଟି ଠକେଇ ଅଭିଯୋଗରେ ୨ ଜଣ ଠକଙ୍କୁ ଗିରଫ କରିଛି ଅର୍ଥନୈତିକ ଅପରାଧ ଶାଖା। ତେବେ ଗିରଫ ହୋଇଥିବା ବ୍ୟକ୍ତି ହେଉଛନ୍ତି ରାକେଶ କୁମାର ପାଣ୍ଡେ ଓ ସର୍ମନ ସିଂ ତୋମାର। ଉଭୟଙ୍କୁ ମୁମ୍ବାଇରୁ ଗିରଫ କରିଛି ଇଓଡବ୍ଲ୍ୟୁ। ତେବେ ମୁମ୍ବାଇରୁ ଏହି ୨ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଏବେ ଟ୍ରାଞ୍ଜିଟ ରିମାଣ୍ଡରେ ଆଣିଛି ଇଓଡବ୍ଲ୍ୟୁ। ପ୍ରାୟ ୧୦୦ କୋଟି ଟଙ୍କା ଋଣ କରାଇଦେବାକୁ କହି ଅଶୋକ କୁମାର ସିଂ ନାମକ ବିଲ୍ଡରଙ୍କ ଠାରୁ ୨ କୋଟି ଠକି ନେଇଥିବା ପୂର୍ବରୁ ଅଭିଯୋଗ ହୋଇଥିଲା।
ଅଶୋକ କୁମାର ସିଂ କୋଭିଡ ସମୟରେ ଆର୍ଥିକ ଦୁରାବସ୍ଥା ଦେଇ ଗତି କରୁଥିବା ସମୟରେ ଋଣ ଦେବା ନାଁରେ ତାଙ୍କର ଫାଇଦା ଉଠାଇଥିଲେ ଏହି ୨ ଜଣ ଠକ। ଜୁନ୍ ୨୦୨୧ରେ ରାକେଶ ଅଶୋକଙ୍କ ସହ ଭେଟିଥିଲେ । ଏମିତିକି ବିଭିନ୍ନ ନାମି ଦାମୀ କମ୍ପାନୀର ମେଲ ଆଇଡ଼ି ବ୍ୟବହାର କରି ବିଶ୍ଵାସ ଜନ୍ମାଇ ଥିଲା। ୨ କୋଟି ଟଙ୍କା ହବାଲା ବ୍ରୋକର ମାନଙ୍କ ମାଧ୍ୟମରେ ଦିଆ ଯାଇଥିଲା । ତେବେ ଗିରଫ ରାକେଶଙ୍କ ନାଁ’ରେ ପୂର୍ବରୁ ୧୫ଟି ଅପରାଧିକ ମାମଲା ଉତ୍ତରପ୍ରଦେଶରେ ରହିଛି । ରାକେଶ ଠାରୁ ଗୋଟିଏ ପିସ୍ତଲ ସହିତ ୮ ରାଉଣ୍ଡ ଗୁଳି , ୫୦ ହଜାର ଟଙ୍କା ଜବତ କରାଯାଇଛି।