(ମାଲକାନଗିରି) : ଏନକାଉଣ୍ଟରରେ ଦୁଇ ମହିଳା ମାଓବାଦୀ ନିହତ । ମାଲକାନଗିରି ଛତିଶଗଡ ସିମାନ୍ତ ସୁକୁମା ଜିଲ୍ଲାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଏହାସହ ବନ୍ଧୁକ ଓ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି । ଉଭୟ ପକ୍ଷ ମଧ୍ୟରେ ପ୍ରାୟ ଏକ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଗୁଳି ବିନିମୟ ହେବା ପରେ ମାଓବାଦୀମାନେ ଘଟଣାସ୍ଥଳ ଛାଡି ଚାଲି ଯାଇଥିଲେ । ଯବାନ ମାନେ ଘଟଣାସ୍ଥଳରେ ସର୍ଚ୍ଚ କରିବାରୁ ଦୁଇ ମହିଳା ମାଓବାଦୀଙ୍କ ମୃତଦେହ ସହ ବନ୍ଧୁକ ଓ ବିପୁଳ ମାଓ ସାମଗ୍ରୀ ଜଵତ କରିଛନ୍ତି ।
ସୂଚନାନୁଯାୟୀ , ସୁକୁମା ଓ ଦାନ୍ତେବାଡା ଜିଲ୍ଲାର ଗରେଲି ମୁଠେଲି ଜଙ୍ଗଲରେ ମାଓ କ୍ୟାମ୍ପ ଚାଲିଥିବା ନେଇ ଗୁଇନ୍ଦା ସୁଚନା ମିଳିଥିଲା । ଏହାପରେ ସୁକୁମା ଓ ଦାନ୍ତେବାଡ଼ାର ଡିଆରଜି ବାହିନୀ ମିଳିତ ଭାବେ ଅପରେସନ ଆରମ୍ଭ କରିଥିଲେ । ଯବାନଙ୍କୁ ଦେଖି ମାଓବାଦୀମାନେ ଗୁଳି ଚାଳନା କରିଥିଲେ । ପରେ ଯବାନ ମାନେ ମଧ୍ୟ ପାଲଟା ଆକ୍ରମଣ କରିଥିଲେ ।