ବାଲେଶ୍ୱର : ଦୁଇ ଡ୍ରଗ୍ସ ବେପାରୀଙ୍କୁ ଧରିଛି ଏସଟିଏଫ । ବାଲେଶ୍ୱର ସହଦେବ ଖୁଣ୍ଟାେ ନୟା ବଜାର ପରିବା ବଜାର ନିକଟରେ ବେଆଇନ ଡ୍ରଗ୍ସ କାରବାର କରୁଥିବା ଦୁଇଜଣଙ୍କୁ ଧରିଛି ଏସଟିଏଫ ଟିମ । ସେମାନଙ୍କ ପାଖରୁ ୧କେଜି ୫୨ ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ ହୋଇଛି । ଧରାପଡିଥିବା ଅଭିଯୁକ୍ତ ମାନେ ହେଲେ । ଅଶୋକ କୁମାର ବେହେରା ଓ ବିଜୟ କୁମାର ଯାଦବ ।
ବିଶେଷସୁତ୍ରରୁ ଖବର ପାଇଁ ନୟାବଜାର ନିକଟରେ ଥିବା ପରିବା ମାର୍କେଟ ଉପରେ ଚଢାଉ କରିଥିଲା ଏସିଟିଏଫ ଟିମ୍ । ୨୦୨୦ ପରଠାରୁ ଏସଟିଏଫ ଦ୍ୱାରା ୪୩ କେଜିର ବ୍ରାଉନସୁଗାର, ୮୬ କୁଇଣ୍ଟାଲ ହେରୋଇନ, ୮୧ କେଜି ଗଞ୍ଜେଇ ଜବତ କରିିବା ସହ ୧୦୦ ଡ୍ରଗ୍ସ ଡିଲରଙ୍କୁ ଧରାପଡିଛନ୍ତି ।