ଗାଧେଇବା ହେଲା କାଳ

(ମମତା ସାମଲ): ଖୋର୍ଦ୍ଧା ଜିଲ୍ଲା ବାଘମାରି ଅଟ୍ରି ଗାଁରେ ଘଟିଛି ଅଭାବନୀୟ ଘଟଣା । ପୋଖରୀରେ ଗାଧୋଇବା ବେଳେ ବୁଡ଼ି ଯାଇ ଦୁଇ ନାବାଳିକାଙ୍କର ମୃତ୍ୟୁ ହୋଇଛି । ସେମାନେ ହେଲେ ଆଲିଶା ବେହେରା ଓ ଶ୍ରାବଣୀ ବେହେରା।

ଜେଜେମା’ଙ୍କ ସହ ଆଲିଶା ଓ ଶ୍ରାବଣୀ ଗାଁ ପୋଖରୀରକୁ ଆଜି ସକାଳ ଗାଧୋଇବାକୁ ଯାଇଥିKhordଲେ। ଗାଧୋଇଲା ବେଳେ ହଠାତ୍ ସେମାନେ ବୁଡ଼ି ଯାଇଥିଲେ।ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।