ବଦଳିବ ଟ୍ୱିଟର ଲୋଗ , ଚଢେଇ ବଦଳରେ ଆସିବ ‘ଏକ୍ସ’

ନୂଆ ଦିଲ୍ଲୀ: ଉଡିଜିବ ନୀଳ ପକ୍ଷୀ ଆସିବ ‘ଏକ୍ସ’ । ବଦଳିବ ଟ୍ୱିଟରର ଲୋଗ । ନୀଳ ଚଢେଇ ବଦଳରେ ଏବେ ନୂଆ ଲୋଗ ରହିଛି ‘ଏକ୍ସ’ । ଟେସଲା କମ୍ପାନୀର ମାଲିକ ତଥା ବିଶ୍ୱର ଏକ ନମ୍ବର ଧନୀ ଏଲନ ମସ୍କ ଟ୍ୱିଟର କିଣିବା ଦିନଠାରୁ ନିୟମିତ ଏଥିରେ କିଛିନା କିଛି ପରିବର୍ତ୍ତନ କରୁଛନ୍ତି ।
ସୂଚନା ଅନୁଯାୟୀ , ଟ୍ୱିଟର ଲୋଗ ବଦଳାଇବାକୁ ନେଇ ଘୋଷଣା କରିଛନ୍ତି ମସ୍କ । ଖୁବଶୀଘ୍ର ଟ୍ୱିଟରର ରି-ବ୍ରାଣ୍ଡ କରିବେ ବୋଲି ମଧ୍ୟ ଯେ କହିଛନ୍ତି । ତେବେ ଟ୍ୱିଟରର ନୂଆ ଲୋଗ ‘ଏକ୍ସ’ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ମୂଳ କମ୍ପାନୀ ଏକ୍ସ-କର୍ପ ଅନୁଯାୟୀ ଏଥର ଇଂରାଜୀ ଅକ୍ଷର ଏକ୍ସ ଭଳି ଟ୍ୱିଟରର ଲୋଗୋ ରଖାଯିବ। ଏହାପୂର୍ବରୁ ନୂଆ ସିଇଓ ଲିଣ୍ଡା ୟାକାରିନୋଙ୍କୁ ସ୍ବାଗତ କରି ମସ୍କ ଏପ୍ରିଲରେ ଟ୍ବିଟ୍ କରିଥିଲେ ଯେ, ଏହି ପ୍ଲାଟଫର୍ମକୁ ଏକ୍ସଦ ଏଭ୍ରିଥିଙ୍ଗ୍ ଆପରେ ବଦଳାଇବାକୁ ଲିଣ୍ଡାଙ୍କ ସହ ସେ କାମ କରୁଛନ୍ତି। ଆଜି ରାତିରେ ଏକ ଭଲ ଏକ୍ସ ଲୋଗୋ ପୋଷ୍ଟ କରାଯାଉଛି ବୋଲି ମସ୍କ ଅନ୍ୟ ଏକ ଟ୍ୱିଟରରେ କହିଛନ୍ତି ।