(ଦିଲ୍ଲୀପ ସାହୁ / ଜଗତସିଂହପୁର): ମହାବାତ୍ୟାକୁ ପୁରିଲା ଏକୋଇଶ ବର୍ଷ।ପ୍ରକୃତିର ତାଣ୍ଡବ ଆଗରେ ଆତ୍ମସମର୍ପଣ କରିଥିଲା ମଣିଷ।ମାତ୍ର କେଇଘଣ୍ଟାର ପ୍ରକୃତିର ତାଣ୍ଡବରେ ହଜିଯାଇଥିଲା ସବୁକିଛି।ପ୍ରକୃତିର କୋପରେ ସତା ହରାଇବା ପରି ହା ହାକାର ପରିବେଶରେ ହଜିଯାଇଥିଲା ଜଗତସିଂହପୁର ଜିଲ୍ଲା ସମୁଦ୍ର ଉପକୂଳବର୍ତ୍ତୀ ଏରସମା ବ୍ଲକର ଦଶହଜାରରୁ ଅଧିକ ଜୀବନ।ଉଜୁଡିଯାଇଥିଲା ସବୁକିଛି।୧୯୯୯ ଅକ୍ଟୋବର୨୯ ମହାବତ୍ୟାକୁ ଆଜି ପୁରିଛି ୨୧ବର୍ଷ।ମହାବାତ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ ଏରସମା ବ୍ଲକ ଜପା ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଏକୋଇଶ ବର୍ଷ ପରେ ମଧ୍ୟ ଜପା ପଞ୍ଚାୟତ ଧୋବେଇ ଜଙ୍ଗଲର ଅନେକ ପରିବାର ଆଜି ମୌଳିକ ଅଧିକାରରୁ ବଞ୍ଚିତ।ଗାଁକୁ ରାସ୍ତା ନାହିଁ, ପିଇବା ପାଣି ନାହିଁ, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ,ଠାରୁ ଆରମ୍ଭ କରି ସରକାରୀ ଯୋଜନା ଏମାନଙ୍କ ପାଇଁ ସାତସପନ।ଆସନ୍ତୁ ଦେଖିବା ଏହି ବିଶେଷ ରିପୋର୍ଟରେ.ଟ୍ଟ।
ଆଜିକୁ ଏକୋଇଶ ବର୍ଷ ତଳେ ପ୍ରକୃତି ସାଜିଥିଲା ଦାଉ।୧୯୯୯ମସିହା ଅକ୍ଟୋବର୨୯ ସୁପର ସାଇକ୍ଲୋନରେ ଜଗତସିଂହପୁର ଜିଲ୍ଲା ସମୁଦ୍ର ଉପକୂଳବର୍ତ୍ତୀ ଏରସମା ବ୍ଲକରେ ଧ୍ୱଂସର ତାଣ୍ଡବଲୀଳା ସୃଷ୍ଟି ହୋଇଥିଲା।ନିମିଷକେ ହଜିଯାଇଥିଲା ୧୦ହଜାରରୁ ଅଧିକ ଜୀବନ।ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା ଏରସମା ବ୍ଲକ ଜପା ପଞ୍ଚାୟତରେ।କେବଳ ଜପା ପଞ୍ଚାୟତରୁ ଦେଢହଜାରରୁ ଅଧିକ ଲୋକ ମୃତ୍ୟୁବରଣ କରିଥିବା ବେଳେ ଅନେକ ପରିବାର ସମ୍ପୂର୍ଣ୍ଣ ହଜିଯାଇଥିଲେ ପ୍ରକୃତିର ତାଣ୍ଡବରେ।ଜପା ପଞ୍ଚାୟତର ଧୋବେଇ ଜଙ୍ଗଲର ଛଅଟି ଗ୍ରାମରେ ହାହା କାର ପରିସ୍ଥିତି ସୃଷ୍ଟି ହୋଇଥିଲା।କେବଳ ଦହିବର ଗ୍ରାମରେ ୫୮୭ଜଣ ମହାବାତ୍ୟାରେ ପ୍ରାଣ ହରାଇଥିଲେ।ମହାବାତ୍ୟାକୁ ଆଜି୨୧ବର୍ଷ ପୁରଣ ହୋଇଛି।ମାତ୍ର ଏ ଅଞ୍ଚଳର ଅବସ୍ଥା ସୁଧୁରି ପାରିନାହିଁ।ଧୋବେଇ ଜଙ୍ଗଲର ଛଅଟି ଗ୍ରାମକୁ ଭଲ ରାସ୍ତା ନଥିବା ବେଳେ ସରକାରୀ ଯୋଜନା ଏମାନଙ୍କ ପାଇଁ ସାତ ସପନ।ଧୋବେଇ, ସୁନାଡିଆ, ଝାଟିପାରି, ଦହିବର, ଖୋଳପ ଗ୍ରାମର ଅନେକ ପରିବାର ଦୁର୍ବିହହ ଜୀବନ କାଟୁଛନ୍ତି।ସରକାର ମାଳମାଳ ଯୋଜନା କରୁଥିବା ବେଳେ ରାସ୍ତାଘାଟ,ପାନୀୟ ଜଳଯୋଗାଣ,ଆବାସ ଯୋଜନା, ବିଦ୍ୟୁତ ସେବା ପରି ମୌଳିକ ସୁବିଧା ଏମାନଙ୍କ ପାଇଁ ସାତସପନ।ଜପା ପଞ୍ଚାୟତରେ ଶତାଧିକ ପରିବାର ମୌଳିକ ସୁବିଧାରୁ ବଞ୍ଚିତ।ବାରମ୍ବାର ପ୍ରଶାସନରେ ଗୁହାରି କରି ମଧ୍ୟ ନିରାଶ ହୋଇଛନ୍ତି ଲୋକେ।
ଜପା ପଞ୍ଚାୟତର ଧୋବେଇ ଜଙ୍ଗଲ ଛଅଟି ୱ।ଡକୁ ଉତର,ଦକ୍ଷିଣ,ପୁର୍ବ ପଟ୍ଟ ନଦୀଘେରା ଦ୍ୱିପାଞ୍ଚଳ ହୋଇଥିବା ବେଳେ ଦହିବରରୁ ଆମ୍ବିକି ଯୋଗାଯୋଗ ପାଇଁ ଡଙ୍ଗାରେ ବିପଦସଂକୁଳ ଯାତ୍ରା, ଅନ୍ୟପକ୍ଷରେ ଖୋଳପ-ଖୁରାଣ୍ଟ ଯୋଗାଯୋଗ ପାଇଁ ବିପଦସଂକୁଳ ବାଉଁଶ ଚାର ଏକମାତ୍ର ସାହାରା ପାଲଟିଛି।ଝାଟିପାରି -ଦହିବର, ଦହିବର- ତେଲଗୁଣିଆ, ତେଲଗୁଣିଆ -ଖୋଳପ, ଝାଟିପାରି- ସୁନାଡିଆ, ତେଲଗୁଣିଆ ଠାରୁ ଖୁରାଣ୍ଟ ତୁଠ ରାସ୍ତା ଉପରେ ମହାବାତ୍ୟା ପରଠାରୁ ମାଟିମୁଠାଏ ପଡିନଥିବା ବେଳେ ଦିର୍ଘ ବର୍ଷଧରି ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି।ଧୋବେଇ ଜଙ୍ଗଲର ଏହି ଛଅଟି ଗ୍ରାମର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ପାଇଁ ବିପଦସଂକୁଳ ବାଉଁଶ ଚାର ସାହାରା ପାଲଟିଥିବା ବେଳେ ଦୈନିକ ପିଲା ପାଠପଢିବାକୁ ଯିବା ସହ ଶହଶହ ଲୋକ ବିପଦସଂକୁଳ ଅବସ୍ଥାରେ ବାଉଁଶ ଚାରଦେଇ ଯାଆଆସ କରୁଛନ୍ତି।ମାତ୍ର ଏଠାରେ ସ୍ଥାୟୀ ଗମନାଗମନ ପାଇଁ ଅନେକ ଅଭିଯୋଗ ପରେ ମଧ୍ୟ ପ୍ରତିକାର କରାଯାଇନାହିଁ।ଏରସମା ବ୍ଲକ ବିଡ଼ିଓ କରୋନା ଆକ୍ରାନ୍ତ ଯୋଗୁଁ ପ୍ରତିକ୍ରିୟା ମିଳିନାହିଁ।