ଟ୍ୱିଟ କରିବା ପଡିଲା ମହଙ୍ଗା ; କନ୍ନଡ ଅଭିନେତା ଚେତନ କୁୁମାର ଗିରଫ
ନୂଆଦିଲ୍ଲୀ– ଅଭିନେତା ବିଚାରପତିଙ୍କୁ ଟ୍ୱିଟ କରିବା ପଡିଲା ମହଙ୍ଗା । ହିଜାବ ବିବାଦରେ ହାଇକୋର୍ଟ ବିଚାରପତିଙ୍କ ବିରୋଧରେ ଟ୍ୱିଟ କରି ହଟହଟା । ହାଇକୋର୍ଟ ବିଚାରାପତିଙ୍କ ବିରୋଧରେ ମାନହାନିକର ଟ୍ୱିଟ ପୋଷ୍ଟ କରି ଗିରଫ ହୋଇଛନ୍ତି କନ୍ନଡ ଅଭିନେତା ତଥା ସାମାଜିକ କର୍ମୀ ଚେତନ କୁମାର ଅହିଂସା ।ତାଙ୍କ ବିରୋଧରେ ଥାନାରେ ଆଇପିସିର ଧାରା ୫୦୫-୨, ୫୦୪ ଅନୁସାରେ ମାମଲା ଦାୟର ହେବା ପରେ ଚେତନଙ୍କୁ ଗିରଫ କରିଛି ବେଙ୍ଗାଲୁରୁ ସିଟି ପୋଲିସ। ଚେତନଙ୍କ ଗିରଫଦାରୀ ନେଇ ସୂଚନା ଦେଇଛନ୍ତି ଡେପୁଟି ପୋଲିସ କମିଶନର ଏମ.ଏନ. ଅନୁଚେଠ। ହିଜାବ ମାମଲାର ବିଚାର କରୁଥିବା ଜଣେ ହାଇକୋର୍ଟ ବିଚାରପତିଙ୍କ ବିରୋଧରେ ବିବାଦୀୟ ଟ୍ୱିଟ କରିଥିବାରୁ ପୋଲିସ ନିଜ ଆଡୁ ଏହି ମାମଲା ରୁଜୁ କରିଥିଲା।ଚେତନ କୁମାର ୧୬ ଫେବୃଆରୀରେ ଜଷ୍ଟିସ କୃଷ୍ଣ ଦୀକ୍ଷିତଙ୍କ ବିଷୟରେ ଏକ ପୁରୁଣା ଟ୍ୱିଟକୁ ରିଟ୍ୱିଟ କରିଥିଲେ। ସେହି ପୁରୁଣା ଟ୍ୱିଟରେ ଜଷ୍ଟିସ କୃଷ୍ଣ ଦୀକ୍ଷିତଙ୍କୁ ଗିରଫ ପୂର୍ବରୁ ଜଣେ ବଳାତ୍କାର ଅଭିଯୁକ୍ତକୁ ଜାମିନ ପ୍ରଦାନ କରିବାକୁ କୁହାଯାଇଥିଲା। ଏହାକୁ ରିଟ୍ୱିଟ କରି ଚେତନ କୁମାର ହିଜାବ ବିବାଦକୁ ନେଇ ଜଷ୍ଟିସ କୃଷ୍ଣ ଦୀକ୍ଷିତଙ୍କ ଉପରେ ଆପତ୍ତିଜନକ ଟ୍ବିଟ୍ ଦେଇଥିଲେ।