ବ୍ୟୁରୋ : ହଳଦୀର ସେବନ ଶରୀର ପାଇଁ ଅତ୍ୟନ୍ତ ଲାଭକାରୀ ହୋଇଥାଏ । କିନ୍ତୁ ତାହା ସମସ୍ତଙ୍କ ପାଇଁ ଫାଇଦା ଦେଇ ନଥାଏ । ଅନେକ ଲୋକ ମଧ୍ୟ ଅଛନ୍ତି ଯେଉଁ ମାନଙ୍କୁ ହଳଦୀ କ୍ଷତି ପହଞ୍ଚାଇଥାଏ।
ତେବେ ଆପଣ ଜାଣନ୍ତି କି ? କେଉଁ ଲୋକଙ୍କୁ ହଳଦୀର ସେବନ କରିବା ଉଚିତ ନୁହେଁ । ଏପରି ନକରିଲେ ହଳଦୀର ଖରାପ ପ୍ରଭାବ ମଧ୍ୟ ପଡ଼ିପାରେ।
ଷ୍ଟୋନ ରୋଗୀଙ୍କର ହୋଇପାରେ କ୍ଷତି !
ଷ୍ଟୋନ ରୋଗୀଙ୍କୁ ହଳଦୀର ସେବନ କରିବା ପୂର୍ବରୁ ନିଜ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । ବାସ୍ତବରେ ଯେଉଁ ଲୋକଙ୍କୁ ବାରମ୍ବାର ଷ୍ଟୋନ ସମସ୍ୟା ହୁଏ , ସେମାନେ ହଳଦୀ ସେବନ କରିବା ଦ୍ୱାରା ଏହି ସମସ୍ୟା ବଢ଼ି ପାରେ । ତେଣୁ ଯେତେ ସମ୍ଭବ ସେମାନେ ହଳଦୀ ସେବନ କମ କରିବା ଉଚିତ ।
ମଧୁମେହ ରୋଗୀଙ୍କ ପ୍ରତି ବିପଦ !
ଯେଉଁ ଲୋକଙ୍କର ମଧୁମେହ ସମସ୍ୟା ଅଛି ସେମାନେ ସୀମିତ ମାତ୍ରାରେ ହଳଦୀ ସେବନ କରିବା ଉଚିତ । ଏହି କାରଣରୁ ମଧୁମେହ ରୋଗୀଙ୍କର ସୁଗାର ସ୍ତରକୁ କମ କରିବା ଏବଂ ରକ୍ତ କୁ ପତଳା କରିବାର ଔଷଧ ଦିଆଯାଏ। ଏମିତିରେ ହଳଦୀର ଅଧିକ ସେବନ କରିବା ଦ୍ୱାରା ଶରୀରରେ ରକ୍ତ ମାତ୍ରା କମି ପାରେ । ଯାହାଦ୍ୱାରା ଶରୀରର କ୍ଷତି ହୋଇଥାଏ ।
ରକ୍ତ ବୋହିବା ସମସ୍ୟା ବୃଦ୍ଧି କରିଥାଏ…
ହଳଦୀ ରକ୍ତ ଜମାଟ ବାନ୍ଧିବା ପ୍ରକ୍ରିୟାକୁ କମାଇ ଦେଇଥାଏ । ଏଥିପାଇଁ ଯେଉଁ ଲୋକଙ୍କର ହଠାତ ନାକ କିମ୍ବା ଅନ୍ୟ ଭାଗରୁ ରକ୍ତ ବୋହିବାର ସମସ୍ୟା ଥିବ ସେମାନେ ହଳଦୀ ସେବନକୁ କମ କରିବା ଉଚିତ । ଏଥିରେ କୌଣସି ପ୍ରକାରର ଅସତର୍କତା ବି ଶରୀରର କ୍ଷତି କରିପାରେ ।
ପୋଲିଓ ରୋଗୀ ହଳଦୀ ସେବନ ଠାରୁ ଦୂରେଇ ରୁହନ୍ତୁ :-
ଯେଉଁ ଲୋକଙ୍କୁ ପୋଲିଓ ଅର୍ଥାତ ଜଣ୍ଡିସ ସମସ୍ୟା ଅଛି ସେମାନେ ହଳଦୀ ର ସେବନ କରିବା ଉଚିତ ନୁହେଁ । ଏହି ରୋଗ ଠିକ ହେବା ପରେ ବି ଡାକ୍ତରଙ୍କ ପରାମର୍ଶ ପରେ ହିଁ ହଳଦୀ ସେବନ ସମ୍ବନ୍ଧରେ ନିଷ୍ପତ୍ତି ନେବା ଉଚିତ ।