(ବଡ଼ଗାଁ) : କରୋନାର ପ୍ରଭାବ ସୁନ୍ଦରଗଡ଼ରେ ବୃଦ୍ଧି ହେବାରେ ଲାଗିଛି। କରୋନାରେ ଆକ୍ରାନ୍ତ ଦୁଇ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିବା ପରେ ବଡ଼ଗାଁ ଗ୍ରାମରେ ସରପଞ୍ଚ ତିନିଦିନ ପାଇଁ ସଟ୍ଡାଉନ ଘୋଷଣା କରିଛନ୍ତି ।
ସରପଞ୍ଚଙ୍କ ଘୋଷଣା ଅନୁଯାୟୀ ବଡ଼ଗାଁର ସମସ୍ତ ଦୋକାନ ବଜାର ୧୫ ତାରିଖରୁ ୧୭ ତାରିଖ ଯାଏ ବନ୍ଦ ରଖିବା ଲାଗି ନୋଟିସ ଦେଇ ଗ୍ରାମବାସୀ ଓ ପଞ୍ଚାୟତବାସୀଙ୍କୁ ଅବଗତ କରାଇଛନ୍ତି । ସେହିପରି ତୁଡ଼ାଲଗା ପଞ୍ଚାୟତକୁ ମଧ୍ୟ ଲକ୍ଡାଉନ୍ କରାଯାଇଛି । ଆସନ୍ତା ୧୫ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ପଞ୍ଚାୟତର ଦୋକାନ ବଜାର ବନ୍ଦ ରହିବ । ଅତ୍ୟାବଶ୍ୟକ ସେବା, ଔଷଧ ଦୋକାନ ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ବନ୍ଦ କରାଯିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।