ମୋହନା/ ତ୍ରିପତି ବିଷୋୟୀରତ୍ନ: ନଳକୂପ ଖନନ ଗାଡି ଓଲଟି ୧୨ ଜଣ ଆହତ ହୋଇଛନ୍ତି । ଏଭଳି ଘଟଣା ଘଟିଛି ଗଞ୍ଜାମ ଗଜପତି ସୀମାନ୍ତ ତପ୍ତପାଣି ଘାଟିରେ । ଏକ ନଳକୂପ ଖନନ ଗାଡି ଘାଟିରେ ଓଲଟି ୧୨ ଜଣ ଆହତ ହୋଇଛନ୍ତି।
ସୂଚନା ମୁତାବକ, ଗାଡି ଗଜପତି ଅଡବା ଅଂଚଳରୁ ଭୋର ସକାଳୁ ଗଞ୍ଜାମ ଅଭିମୁଖେ ଯାଉଥିବା ବେଳେ ହଟାତ ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡିଲା । ତେବେ ଖବର ପାଇ ଘଟଣା ସ୍ଥଳରେ ସାନଖେମୁଣ୍ଡି ଅଗ୍ନିଶମ ବାହିନୀ ଓ ଆମ୍ବୁଲାନ୍ସ ପହଂଚି ଆହତ ୧୨ ଜଣକୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠେଇଛନ୍ତି । ସେଥି ମଧ୍ୟରୁ ୫ ଜଣଙ୍କର ଅବସ୍ଥା ଶଙ୍କଟାପର୍ଣ୍ଣ ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ଘଟଣାସ୍ଥଳରେ ସାନଖେମୁଣ୍ଡି ପୋଲିସ ପହଂଚି ଅଧିକ ତଦନ୍ତ ଚଳେଇଛନ୍ତି ।