ଥାଇଲ୍ୟାଣ୍ଡ ଓ କାମ୍ବୋଡିଆ ବିବାଦରେ ଟ୍ରମ୍ପଙ୍କ ଏଣ୍ଟ୍ରି

ପୁଣି ଟ୍ରମ୍ପଙ୍କ ଧମକ । ଥାଇଲ୍ୟାଣ୍ଡ ଏବଂ କାମ୍ବୋଡିଆ ବିବାଦରେ ଏଣ୍ଟ୍ରି ମାରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଉଭୟ ଦେଶକୁ ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ ଡୋନାଲ୍ଡ ଟ୍ରମ୍ପ ଧମକ ଦେଇଛନ୍ତି । ନଚେତ୍ ବ୍ୟବସାୟ ବନ୍ଦ କରିଦିଆଯିବ ବୋଲି ଚେତାବନୀ ଦେଇଛନ୍ତି । ଏକ୍ସ ପୋଷ୍ଟରେ ଟ୍ରମ୍ପ କହିଛନ୍ତି, “ମୁଁ ଥାଇଲ୍ୟାଣ୍ଡର ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଛି । କାମ୍ବୋଡିଆ ପରି ଥାଇଲ୍ୟାଣ୍ଡ ମଧ୍ୟ ତୁରନ୍ତ ଯୁଦ୍ଧବିରାମ ଏବଂ ଶାନ୍ତି ଚାହୁଁଛି । ତେଣୁ ଏବେ କାମ୍ବୋଡିଆର ପ୍ରଧାନମନ୍ତ୍ରୀଙ୍କୁ ଏହି ବାର୍ତ୍ତା ଦେଉଛି ।

ଗତ ଗୁରୁବାରଠାରୁ ଦକ୍ଷିଣ-ପୂର୍ବ ଏସିଆରେ ଦୁଇଦେଶ ଥାଇଲାଣ୍ଡ ଓ କାମ୍ବୋଡିଆ ମଧ୍ୟରେ ଲାଗିଥିବା ସଂଘର୍ଷରେ ଉଭୟ ଦେଶର ୩୨ ଜଣ ପ୍ରାଣ ହରାଇଲେଣି। ଉଭୟ ଦେଶର ୧୩୦ରୁ ଅଧିକ ଆହତ ହୋଇଛନ୍ତି। ଏପଟେ ଥାଇଲାଣ୍ଡ ଯୁଦ୍ଧରେ ଆମେରିକାର ଏଫ୍‌-୧୬କୁ ମଧ୍ୟ ବ୍ୟବହାର କରୁଛି । ଦୁଇ ଦେଶ ନିଜର ସ୍ୱଦେଶୀ ଡ୍ରୋନ୍‌ଗୁଡ଼ିକୁ ନିୟୋଜିତ କରିଛନ୍ତି । ଯୁଦ୍ଧରେ ଭାରି ଅସ୍ତ୍ରଶସ୍ତ୍ର ଓ ତୋପ ବ୍ୟବହାର କରାଯାଉଛି । ଯାହା ଫଳରେ ସୀମାବର୍ତ୍ତୀ ଅଞ୍ଚଳର ଲୋକମାନେ ଘରଛାଡ଼ି ପଳାଉଛନ୍ତି ।