ସୁକିନ୍ଦା : ଗୋରୁ ବୋଝେଇ ଚଉଦ ଚକିଆ ଟ୍ରକ ଜବତ । ଯାଜପୁର ଜିଲ୍ଲା ସୁକିନ୍ଦା ଗୋଶାଳା ଏବଂ ବଜରଙ୍ଗ ଦଳ କାର୍ଯ୍ୟକ୍ରତ୍ତା ଙ୍କ ମିଳିତ ଉଦ୍ୟମରେ ଗୋଟିଏ ଗୋରୁ ବୋଝେଇ ଗାଡି କୁ ଜବତ କରାଯାଇଛି ।ଏହାପରେ ସୁକିନ୍ଦା ପୋଲିସରେ ଜିମା ଦେଇଥିବା ବେଳେ ଘଟଣା ସ୍ଥଳ ରୁ ଅନ୍ୟ ଚାରି ଟି ଗୋରୁ ବୋଝେଇ ଟ୍ରକ ଖସି ପଳେଇଥିବାର ସୂଚନା ରହିଛି । ଘଟଣା ସ୍ଥଳ ରେ ଗୋରୁ ମାଫିଆ ମାନେ ଗୋରକ୍ଷକ ଙ୍କୁ ମରଣତ୍ମକ ଆକ୍ରମଣ କରିଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଏ ନେଇ ସୁକିନ୍ଦା ଥାନା ରେ ଲିଖିତ ଅଭିଯୋଗ ମଧ୍ୟ ହେଇଛି । ଗୋରୁ ବୋଝେଇ ଟ୍ରକ ଟିକୁ ସୁକିନ୍ଦା ଗୋଶାଳା କୁ ନିଆଯାଇ ସେଠାରେ ଜୀବିତ ଅବସ୍ଥା ରେ ୩୨ଟି ବଳଦ ଙ୍କୁ ଉଦ୍ଧାର କରାଯାଇ ସୁକିନ୍ଦା ପଶୁ ଡକ୍ଟର ଙ୍କ ଦ୍ୱାରା ଚିକିତ୍ସା କରାଯାଇ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ଗୋଟିଏ ବଳଦ ସାଙ୍ଘାତିକ ଗୁରୁତ୍ୱର ହୋଇଛି ଏବଂ ଅନ୍ୟ ଚାରି ଟି ବଳଦ ସାମାନ୍ୟ ଆହତ ହୋଇଥିବା ଦେଖିବାକୁ ମିଳିଛି ।
ସେପଟେ ପ୍ରତିଦିନ ସୁକିନ୍ଦା 53 ନଂ ଜାତୀୟ ରାଜପଥ ଦେଇ ଜିଲ୍ଲା ତଥା ଜିଲ୍ଲା ବାହାରକୁ ଏବଂ ୱେଷ୍ଟ ବେଙ୍ଗଲ କୁ ଗୋରୁ ଚୋରା ଚାଲାଣ ହେଉଥିବା ବାରମ୍ବାର ଅଭିଯୋଗ ହେଉଥିବା ବେଳେ ଜିଲ୍ଲା ପୋଲିସ ପ୍ରଶାସନ ତରଫ ରୁ କୌଣସି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବା ଅଭିଯୋଗ ମଧ୍ୟ ହେଉଛି । ଚର୍ଚ୍ଚା ହେଉଛି ମୁଖ୍ୟତଃ ଯାଜପୁର ଭଦ୍ରକ ଢେଙ୍କାନାଳ ତିନଟି ଜିଲ୍ଲା ର ଅଧିକାଂଶ ଥାନା ରେ ମାସିକିଆ ମୋଟା ଅଙ୍କ ର ଚାନ୍ଦା ଦେଇ ପ୍ରତ୍ୟକ ଦିନ ଏହି ଚୋରା ଗୋରୁ ଚାଲାଣ ହେଉଛି । ଯାହାକୁ ନେଇ ସୁକିନ୍ଦା ଅଞ୍ଚଳ ରେ ଦିନ କୁ ଦିନ ଅସନ୍ତୋଷ ର ନିଆଁ କୁହୁଳିବାରେ ଲାଗିଛି । ଅନ୍ୟପଟ ରେ ପୋଲିସ ରାତ୍ରିକାଳୀନ ପେଟ୍ରୋଲିଂ ବ୍ୟବସ୍ତା କଡାକଡି କରୁନଥିବାରୁ ପରୋକ୍ଷ ରେ ଗୋରୁ ଚୋରା ଚାଲାଣ ରାକେଟ କୁ ସହଯୋଗ କରୁଥିବା ଜୋର ଚର୍ଚ୍ଚା ହେଉଛି । ଆଗାମୀ ଦିନ ରେ ଯଦି ଏହି ଚୋରା ଗୋରୁ ଚାଲାଣ ବନ୍ଦ ନ ହୁଏ କିମ୍ବା ସ୍ଥାନୀୟ ପୋଲିସ ତରଫ ରୁ ସମ୍ପୃକ୍ତ ଗୋରୁ ମାଫିଆ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯାଏ ଆଗାମୀ ଦିନ ରେ ଏହାର ଦୃଢ଼ ବିରୋଧ କରାଯିବ ବୋଲି ଗୋଶାଳା କାର୍ଯ୍ୟକର୍ତା ଏବଂ ବଜରଙ୍ଗ ଦଳ ତରଫ ରୁ ଚେତାବନୀ ଦିଆଯାଇଛି ।