ପିକନିକ ବସକୁ ଧକ୍କା ଦେଲା ଟ୍ରକ ୩ ଛାତ୍ରୀଙ୍କ ମୃତ୍ୟୁ

ନୟାଗଡ : ଏମିତି ବି ଆସେ ମୃତ୍ୟୁ । ଏଇ ବ୍ୟସ୍ତ ବହୁଳ ଜୀବନରୁ ଟିକିଏ ସମୟ ବାହର କରି ନିଜ ସହ କିମ୍ବା ନିଜ ପରିଜନଙ୍କ ସହ କଟାଇବାକୁ ଜାଉଥିବା ବେଳେ ବାଟରେ ଜେମିଟି ଜଗି ରହିଥିଲା କାଳ । ଦଶପଲ୍ଲା ଶାଳଭଙ୍ଗା ଜଙ୍ଗଲ ରାସ୍ତାରେ ବସ ସହ ମୁହାଁମୁହିଁ ଧକ୍କା ହେଲା ଟ୍ରକ । ଫଳରେ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧ ଜଣ ଗୁରୁତର ଆହତ ହୋଇଛନ୍ତି ।
ସୂଚନା ଅନୁସାରେ ଶୁକ୍ରବାର ବିଳମ୍ବିତ ରାତିରେ ଦଶପଲ୍ଲାର ଏକ ଘରୋଇ ଶିକ୍ଷାନୁଷ୍ଠାନର ୫୦ରୁ ଅଧିକ ଛାତ୍ରଛାତ୍ରୀ ବଲାଙ୍ଗୀର ଜିଲ୍ଲା ହରିଶଙ୍କରକୁ ପିକନିକ୍ ପାଇଁ ଯାଉଥିଲେ । ତେବେ ଶାଳଭଙ୍ଗା ଜଙ୍ଗଲ ରାସ୍ତାରେ ଏକ ଟ୍ରକ ସହ ବସ୍ଟି ପିଟି ହୋଇଥିଲା। ଫଳରେ ଘଟଣାସ୍ଥଳରେ ୩ ଜଣ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ମୃତ୍ୟୁ ଘଟିଥିଲା। ୧୧ ଜଣ ଗୁରୁତରଙ୍କୁ ଆମ୍ବୁଲାନ୍ସ ଯୋଗେ ଦଶପଲ୍ଲା ଓ ନୟାଗଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।