(ହରିଶଚନ୍ଦ୍ର ଦାସ): ଢେଙ୍କାନାଳ ଜିଲ୍ଲା ପାଲଲହଡା ବ୍ଲକ ଖେମଳା ଗାଁ ନିକଟ ଦେଇ ଯାଉଥିବା ୧୪୯ ନମ୍ବର ଜାତୀୟ ରାଜପଥରେ ନିଆଁ ଲାଗି ଟ୍ରକଟି ଜଳି ଯାଇଛି । ତେବେ ଟ୍ରକ୍ର ଡ୍ରାଇଭର ଓ ହେଲପର୍ କୌଣସି ମତେ ନିଜକୁ ବଞ୍ଚାଇବାକୁ ସକ୍ଷମ ହୋଇଛନ୍ତି। ଖବର ପାଇ ଦମକଳବାହିନା ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛି । ଟ୍ରକଟି ପ୍ରାୟ ୫୦ ପ୍ରତିଶତ ଜଳିଯାଇଛି ।
ଟ୍ରକ୍ଟି ରାଉରକେଲାରୁ ପାରାଦୀପ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି। ତେବେ କେଉଁ କାରଣରୁ ଏଥିରେ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ। ଆଜି ଭୋର ପ୍ରାୟ ବେଳେ ଏହି ଅଘଟଣ ଘଟିଛି। ଖବର ପାଇ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।