ଟ୍ରକ ଧକ୍କାରେ ବାଇକ୍ ଆରୋହୀ ମୃତ

( ଜଗନ୍ନାଥ ଅଗ୍ରୱାଲ) : ବଅଁରପାଳ ଥାନା ଅନ୍ତର୍ଗତ ଯୋରାଗାଡିଆଠାରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ ଧକ୍କାରେ ଜଣେ ବାଇକଆରୋହୀଙ୍କ ମୃତ୍ୟୁ ହୋଇ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ । ଖବର ପାଇ ପୋଲିସ, ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଥିବା ଯୁବକଙ୍କୁ ଅନୁଗୋଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସିତ ଅବସ୍ଥାରେ ଯୁବକ ଜଣକଙ୍କ ମୃତ୍ୟୁ ହୋଇଛି ବୋଲି ଡାକ୍ତର ଘୋଷଣା କରିଥିଲେ ।

ଅନ୍ୟପକ୍ଷରେ ପୋଲିସ ଟ୍ରକଟିକୁ ଜବତ କରିବା ସହ ତଦନ୍ତ ଚଳାଇଛି । ଏପର୍ଯ୍ୟନ୍ତ ମୃତ୍ୟୁ ଯୁବକଙ୍କ ପରିଚୟ ମିଳିପାରିନାହିଁ ।
ସୂଚନାଅନୁଯାୟୀ, ଗତକାଲି ସନ୍ଧ୍ୟାବେଳେ ଭୂଷଣ ଆଡୁ ଏକ ଟ୍ରକଟି ବଅଁରପାଳ ଅଭିମୁଖେ ଯାଉଥିଲା । ୫୫ ନମ୍ବର ଜାତୀୟ ରାଜପଥ ଯୋରାଗାଡିଆଠାରେ ବାଇକକୁ ଧକ୍କା ଦେଇଥିଲା ।