ବିପିନ ରାୱତଙ୍କ ବିୟୋଗରେ ମୁଖ୍ୟ ଦପ୍ତର ସଙ୍ଘ ତରଫରୁ ଶ୍ରଦ୍ଧାଞ୍ଜଳୀ

ଭୁବନେଶ୍ୱର: ତାମିଲନାଡୁ କୁନ୍ନୁରରେ ବାୟୁସେନାର Mi-17V5 ହେଲିକପ୍ଟର କ୍ରାସ୍ ଘଟଣାରେ ଶହୀଦ ହୋଇଥିବା ସିଡିଏସ୍‌ ବିପିନ ରାୱତ, ତାଙ୍କ ପତ୍ନୀ, ସେନାର ବରିଷ୍ଠ ଅଧିକାରୀ ଏବଂ ସମସ୍ତ ଯବାନଙ୍କ ପ୍ରତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି |
ଏଥି ସହିତ ଉକ୍ତ ଘଟଣାରେ ଦେଶପାଇଁ ପ୍ରାଣବଳି ଦେଇଥିବା ଆମ ଓଡ଼ିଆ ପୁଅ ତଥା ଭାରତୀୟ ସେନାର ଜୁନିଅର ୱାରେଣ୍ଟ ଅଫିସର ରାଣାପ୍ରତାପ ଦାସଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇ ସମସ୍ତ ମୂଖ୍ୟ ଦପ୍ତର କାର୍ଯ୍ୟାଳୟ ମାନଙ୍କରେ ଦିନ ଗୋଟାଏରେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଛି।
ମୁଖ୍ୟଦପ୍ତର ସଂଘ ପକ୍ଷରୁ ଏକ ନିରବ ପାର୍ଥନା ସଭା ନତାଲା ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ସମସ୍ତ ବର୍ଗର କର୍ମଚାରୀ ମାନେ ଯୋଗଦେଇ ନିରବ ପ୍ରାର୍ଥନା କରି ଅମର ଆତ୍ମାର ସତଗତି କାମନା କରିଥିଲେ ।