ସୁରକ୍ଷାକର୍ମୀଙ୍କ ହାତରେ ହେଉଛି ଚିକିତ୍ସା

ଅନୁଗୋଳ: ଅନୁଗୋଳ ମେଡିକାଲରେ ଚିକିତ୍ସା ଅବହେଳାକୁ ନେଇ ସାମନାକୁ ଆସିଛି ଅଭାବନୀୟ ଦୃଶ୍ୟ । ଜଣେ ସୁରକ୍ଷାକର୍ମୀ ରୋଗୀମାନଙ୍କୁ ଚିକିତ୍ସା କରୁଥିବାର ଏକ ଦୃଶ୍ୟ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ୟୁନିଫର୍ମରେ ଥିବା ଜଣେ ସୁରକ୍ଷାକର୍ମୀ ଥାଇ ରୋଗୀଙ୍କୁ ଚିିକିତ୍ସା କରିବା ସହିତ ଇଞ୍ଜେକ୍ସନ ଦେଉଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି । ଅନୁଗୁଳ ମେଡିକାଲରେ ଗତକାଲି ବିଳମ୍ବିତ ରାତିରେ ଏପରି ଏକ ଘଟଣା ସାମନାକୁ ଆସିବା ପରେ ମେଡିକାଲର ଚିକିତ୍ସା ବ୍ୟବସ୍ଥା ଉପରେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ତେବେ ଏ ନେଇ ଯାଞ୍ଚ ପରେ ଏହାର ସତ୍ୟାସତ୍ୟ ଜଣା ପଡିବ ବୋଲି କହିଛନ୍ତି ମେଡିକାଲର ଏଡିଏମଓ । ସେଥିପାଇଁ ଦିନେ ଦୁଇ ଦିନର ସମୟ ନିଆଯାଇଛି । ତେବେ ଡାକ୍ତରଖାନାର ସୁରକ୍ଷା ଦାୟିତ୍ୱ ଏବେ ଏକ ଠିକା ସଂସ୍ଥାକୁ ଦିଆଯାଇଥିବା ଜଣାଯାଇଛି ।