(ମମତା ସାମଲ): ଲଗାଣ ବର୍ଷା ଯୋଗୁଁ ରାୟଗଡା ଜିଲ୍ଲାର ମୁନିଗୁଡାରେ ରେଳଚଳାଚଳ ବାଧାପ୍ରାପ୍ତ ହୋଇଛି । ଅମ୍ବାଦଳା ଏବଂ ଦହିଖାଳ ରେଳ ଲାଇନରେ ଗଛ ପଡିଯିବା ଫଳରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ମୁନିଗୁଡ଼ା ଷ୍ଟେସନ୍ରେ ସନ୍ତ୍ରାକାଛି-ଚେନ୍ନାଇ ଏକ୍ସପ୍ରେସ୍ ଅଟକି ରହିଛି।
ସେହିପରି ଅମ୍ବାଦଳାଠାରେ ଗାନ୍ଧିଧାମ୍-ପୁରୀ ଏକ୍ସପ୍ରେସ୍, ବିଷମକଟକରେ ତିରୁପତି-ବିଲାସପୁର ଏକ୍ସପ୍ରେସ୍ ଅଟକି ରହିଛି। ରେଳ ଟ୍ରାକ୍କୁ ସଫା କରିବା କାର୍ୟ୍ୟ ଜାରି ରହିଥିବା ସୂଚନା ମିଳିଛି।