ଟ୍ରାକରୁ ଖସିଲା ମାଲବାହୀ ଟ୍ରେନ୍,୧୨ଟି ଟ୍ରେନ ବାତିଲ

ଅନୁଗୁଳ ଓ ତାଳଚେର ରୋଡ଼ ଷ୍ଟେସନ ମଧ୍ୟରେ ଟ୍ରାକରୁ ଖସିଲା ମାଲବାହୀ ଟ୍ରେନ୍। ଭୋଗବେରିଣୀ ନିକଟରେ ମାଲବାହୀ ଟ୍ରେନ୍‌ର ଇଞ୍ଜିନ୍ ସମେତ ୫ରୁ

ଅନୁଗୁଳ (ଜ୍ୟୋତିରଞ୍ଜନ ଧର): ଅନୁଗୁଳ ଓ ତାଳଚେର ରୋଡ଼ ଷ୍ଟେସନ ମଧ୍ୟରେ ଟ୍ରାକରୁ ଖସିଲା ମାଲବାହୀ ଟ୍ରେନ୍ । ଭୋଗବେରିଣୀ ନିକଟରେ ମାଲବାହୀ ଟ୍ରେନ୍‌ର ଇଞ୍ଜିନ୍ ସମେତ ୫ରୁ ଅଧିକ ବଗି ଟ୍ରାକ୍ରୁ ଖସି ଯାଇଥିବା ଜଣାପଡିଛି । ଯାହା ଫଳରେ ଏହି ରୁଟରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ଫଳରେ ୧୨ଟି ଟ୍ରେନ୍‌କୁ ବାତିଲ କରାଯାଇଥିବା ରେଳୱେ ପକ୍ଷରୁ ସୂଚନା ଦିଆଯାଇଛି।ଗତ ୩ଦିନ ହେବ ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଥିବାରୁ ବିଭିନ୍ନ ଅଞ୍ଚଳ ଜଳସ୍ତର ବୃଦ୍ଧି ପାଉଛି।

ସୂଚନା ମୁତାବିକ, ଗତ ୩ଦିନ ହେବ ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଥିବାରୁ ବିଭିନ୍ନ ଅଞ୍ଚଳ ଜଳସ୍ତର ବୃଦ୍ଧି ପାଉଛି। ଆଜି ବର୍ଷା ପାଣି ଯୋଗୁଁ ଭୋଗବେରିଣୀ ନିକଟରେ ଟ୍ରେନ୍ ଲାଇନ୍ ଦବି ଯାଇଥିଲା। ଫଳରେ ଏକ ମାଲବାହୀ ଟ୍ରେନ୍‌ଟି ଲାଇନ୍ ଚ୍ୟୁତ୍ ହୋଇଛି। ଏହି ମାଲବାହୀ ଟ୍ରେନ୍ ଗହମ ବୋଝେଇ ହୋଇଥିବା ସୂଚନା ମିଳିଛି। ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନଥିବା ଜଣାପଡିଛି। ଟ୍ରେନର ବଗି ଗୁଡ଼ିକ ଟ୍ରକ୍ ଉପରେ ପଡିଥିବାରୁ ଏହି ରୁଟ୍‌ରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଘଟଣାସ୍ଥଳରେ ରେଳୱେର ବରିଷ୍ଠ ଅଧିକାରୀ ଓ ଉଦ୍ଧାରକାରୀ ଟିମ୍ ପହଞ୍ଚି ସ୍ଥିତି ଯାଞ୍ଚ କରୁଛନ୍ତି। ଏବଂ ଏହି ରୁଟ୍ ଟ୍ରେନ୍ ଯାତ୍ରା ଆରମ୍ଭ କରିବା ପାଇଁ ମରାମତି କାର୍ଯ୍ୟ ଜାରି ରହିଛି।