ବ୍ୟୁରୋ : ଢେଙ୍କାନାଳରେ ଅଜଣା ଜନ୍ତୁ ଆତଙ୍କରେ ୩ ଆହାତ । ପୂର୍ବରୁ ଏହି ଅଜଣା ଜନ୍ତୁ ଆକ୍ରମଣ ଗାଁରେ ହେଉଥିବା ବେଳେ ଏବେ ଏହି ଅଜଣା ଜନ୍ତୁ ସହର ମୁହାଁ ହୋଇଛି । ଦିନକ ତଳେ ଏହି ଅଜଣା ଜନ୍ତୁ ଆକ୍ରମଣ ସହରର ଲକ୍ଷ୍ମୀବଜାର ଅଞ୍ଚଳରେ ହୋଇଥିଲା । ଏହାର ଆକ୍ରମଣରେ ସହରର ତିନି ଜଣ ଆହାତ ଅଛନ୍ତି । ପୂର୍ବରୁ ମଧ୍ୟ ଅଜଣା ଜନ୍ତୁ ଆକ୍ରମଣରେ ଆରଦା ଗ୍ରାମର ୫୦ରୁ ଅଧିକ ମେଣ୍ଢାଙ୍କ ମୃତ୍ୟୁ ହୋଇଥିଲା । ଏହି ଅଜଣା ଜନ୍ତୁକୁ ଧରିବା ପାଇଁ ୩ଟି ଟ୍ରାପ କ୍ୟାମେରା ମଧ୍ୟ ଲଗାଯାଇଥିଲା, କିନ୍ତୁ କୌଣସି ସୁଫଳ ମିଳିନଥିଲା ।
ଏବେ ସହର ମଧ୍ୟରେ ଏହି ଅଜଣା ଜନ୍ତୁକୁ ନେଇ ଆତଙ୍କ ଖେଳି ଯାଇଛି । ଭୋର ସକାଳୁ ଉଠି ମର୍ଣ୍ଣିଙ୍ଗ ୱାକ କରିବାକୁ ଆସୁଥିବା ଲୋକଙ୍କ ମଧ୍ୟରେ ଭୟ ଦେଖାଦେଉଛି । ଏହି ଅଜଣା ଜନ୍ତୁଟି କଣ, କୋଉଠୁ ଆସୁଛି, କୁଆଡେ ଯାଉଛି ଏହାର କିଛି ଖବର ଏ ଯାଏଁ ମିଳିନାହିଁ । ସହର ବାସୀ ଏବେ ଆତଙ୍କିତ ହୋଇ ଅଛନ୍ତି । ଏହି ଅଜଣା ଜନ୍ତୁକୁ ଧରିବା ପାଇଁ ବନ୍ ବିଭାଗକୁ ନିବେଦନ କରିଛନ୍ତି ସହରବାସୀ । କିନ୍ତୁ ବନ ବିଭାଗ ଜନ୍ତୁକୁ ଠାବ କରିବାରେ ବିଫଳ ହୋଇଛି ।