ଆତଙ୍କବାଦୀ ଆକ୍ରମଣ ପରେ ଭୟରେ ଜମ୍ମୁ – କାଶ୍ମୀର ଛାଡୁଛନ୍ତି ପର୍ଯ୍ୟଟକ

ନୂଆଦିଲ୍ଲୀ: ପହଲାଗାମ ଆତଙ୍କବାଦୀ ଆକ୍ରମଣ ପରେ ଚାରିଆଡେ ଭୟର ବାତାବରଣ ଖେଳିଯାଇଛି । ଆଉ ଭୟରେ ଜମ୍ମୁ – କାଶ୍ମୀର ଛାଡୁଛନ୍ତି ପର୍ଯ୍ୟଟକ । ଏଥିପାଇଁ ଶ୍ରୀନଗର ଏୟାରପୋର୍ଟରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ ଦେଖାଦେଇଛି । ଏୟାର ଇଣ୍ଡିଆର ୨ଟି  ସ୍ୱତନ୍ତ୍ର ବିମାନ ବ୍ୟବସ୍ଥା କରାଯାଇଛି । ସେଥିରେ ଶ୍ରୀ ନଗରର ମୁମ୍ବାଇ ଓ ଦିଲ୍ଲୀ ଫେରିବେ ପର୍ଯ୍ୟଟକ ।

ସୂଚନା ଥାଉକି, ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଏଯାଏଁ ୨୮ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ଆସୁଛି । ଦ ରେଜିଷ୍ଟାନ୍ସ ଫ୍ରଣ୍ଟ ଅର୍ଥାତ୍ TRF ଆତଙ୍କୀ ସଂଗଠନ ଏହି ଆକ୍ରମଣର ଦାୟିତ୍ବ ନେଇଛି । ଗୁଳି ବିନିମୟ ପରେ ଆତଙ୍କବାଦୀମାନେ ଘଟଣାସ୍ଥଳରୁ ଖସି ପଳାଇଥିଲେ । ଗୁଇନ୍ଦା ସୂତ୍ରରୁ ଜଣାପଡିଛି ଯେ ପହଲଗାମ ଆକ୍ରମଣରେ ୨ ଜଣ ପାକିସ୍ତାନୀ ଆତଙ୍କବାଦୀ ଏବଂ ୨ ଜଣ ସ୍ଥାନୀୟ ଆତଙ୍କବାଦୀ ସାମିଲ୍ ଥିଲେ । ପର୍ଯ୍ୟଟକଙ୍କ ଉପରେ ଆତଙ୍କୀଙ୍କ ଆକ୍ରମଣ ଖବର ପାଇବା ମାତ୍ରେ ପ୍ରଧାନମନ୍ତ୍ରୀ ମୋଦୀ ସାଉଦି ଆରବର ୨ ଦିନିଆ ଗସ୍ତ ବାତିଲ୍ କରି ବୁଧବାର ସକାଳେ ଭାରତ ଫେରି ଆସିଛନ୍ତି । ଭାରତରେ ପହଞ୍ଚିବା ପରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି ବୈଠକ କରିଛନ୍ତି ମୋଦି ।  ଏହି ଆତଙ୍କୀ ଆକ୍ରମଣରେ ନେପାଳ ଏବଂ ୟୁଏଇର ନାଗରିକ ମଧ୍ୟ ପ୍ରାଣ ହରାଇଛନ୍ତି । ଏହାଛଡ଼ା ଜଣେ ଆଇବି ଅଫିସର ଏବଂ ଜଣେ ନୌସେନା ଅଧିକାରୀ ମଧ୍ୟ ଆତଙ୍କୀ ଗୁଳିର ଶିକାର ହୋଇଛନ୍ତି ।