(ଜୟନ୍ତ କୁମାର ସେଠୀ / ପୁରୀ): ପୁରୀର ପାନ୍ଥ ନିବାସ ନିକଟରେ ଥିବା ବେଳାଭୂମିରେ ଶେଷ ହୋଇଥିବା ବ୍ଲୁ ଫ୍ଲାଗ ବିଚକୁ ଅନ୍ତରାଷ୍ଟ୍ରୀୟ ସ୍ବୀକୃତି ବ୍ଲୁ ଫ୍ଲାଗ ମାନ୍ୟତା ମିଳିଛି।ପର୍ୟ୍ୟଟକଙ୍କ ପାଇଁ ଏହି ବିଚ ଖୋଲି ସାରିଛି । ପ୍ରବେଶ ପାଇଁ ଟିକେଟ ବ୍ୟବସ୍ଥା ହୋଇଛି। ମାସିକ ୩୦୦ ଟଙ୍କାର ପାସ ବ୍ୟବସ୍ଥା ଥିବା ବେଳେ ବିଚରେ ପ୍ରବେଶ ପାଇଁ ସର୍ବନିମ୍ନ ୨୦ ଟଙ୍କା ଟିକଟ ଦର ରହିଛି। ଟିକେଟ କାଟି ପର୍ୟ୍ୟଟକ ମାନେ ବ୍ଲୁ ଫ୍ଲାଗ ବିଚରେ ୩ ଘଣ୍ଟା ଭ୍ରମଣ କରି ବେଶ ମଜା ଉଠାଉଛନ୍ତି। ସେହିପରି ଦିନ ସାରା ବ୍ଲୁ ଫ୍ଲାଗ ବିଚରେ ଉପସ୍ଥିତ ପାଇଁ ୧୦୦ ଟଙ୍କା ଟିକେଟ ଥିବା ବେଳେ ପୁରୀ ବାସିନ୍ଦାଙ୍କ ପାଇଁ ଏହା ୫୦ ଟଙ୍କା ରହିଛି। ସ୍ବର୍ଣ୍ଣାଭ ବେଳାଭୂମିରେ କରଯାଇଛି ଇକୋ ଫ୍ରେଣ୍ଡଲି ବ୍ୟବସ୍ଥା । ଏଥିପାଇଁ ଉଭୟ ମହିଳା ଓ ପୁରୁଷଙ୍କ ପାଇଁ ବାଉଁଶରେ ତିଆରି ହୋଇଛି ଅତ୍ୟାଧୁନିକ ଶୌଚାଳୟ ଓ ଚେଞ୍ଜିଂ ରୁମ, ଦିବ୍ୟାଙ୍ଗ ମାନଙ୍କୁ ନେବା ଆଣିବା ପାଇଁ ସୁବିଧା, ପାନୀୟ ଜଳ ଓ ପାର୍କିଂ ବ୍ୟବସ୍ଥାର ସୁବିଧା ଏଠାରେ ରହିଛି । ସେହିପରି ବେଳାଭୂମିରେ କୁନି କୁନି ପିଲାଙ୍କ ଖେଳିବା ପାଇଁ ରହିଛି ଅନେକ ବ୍ୟବସ୍ଥା । ଫିଟନେସ ପାଇଁ ରହିଛି ଜିମର ବ୍ୟବସ୍ଥା । ପର୍ୟ୍ୟଟକଙ୍କ ପାଇଁ କରାଯାଇଛି ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା । ଏଥିସହ ସମୁଦ୍ରର ନୀଳ ଜଳ ରାଶିର ଦୃଶ୍ୟ ଉପଭୋଗ କରିବା ପାଇଁ କରାଯାଇଛି ବମ୍ବୁ ଟାୱାର। କେବଳ ସେତିକି ନୁହେଁ ସମ୍ପୂର୍ଣ୍ଣ ଅଞ୍ଚଳରେ ସୁରକ୍ଷା ପାଇଁ ରହିଛି ସିସିଟିଭିର ଛାଉଣୀ ।
ବ୍ଲୁ ଫ୍ଲାଗ ବିଚରେ କେବଳ ଅପେକ୍ଷା ବିଦେଶୀ ପର୍ୟ୍ୟଟକଙ୍କୁ। ଦେଶ ବିଦେଶ ପର୍ୟ୍ୟଟକଙ୍କୁ ପୁରୀ ବେଳାଭୂମି ବେଶ ଆକର୍ଷିତ କରିଥାଏ। ତେବେ ପୁରୀରେ ନୂତନ ଭାବେ ତିଆରି ହୋଇଥିବା ବ୍ଲୁ ଫ୍ଲାଗ ବିଚ ଆକୃଷ୍ଟ କରିଛି ପର୍ୟ୍ୟଟକଙ୍କୁ। ଡେନମାର୍କର ଏକ ସଂସ୍ଥା ‘ଫି’ର କର୍ମକର୍ତ୍ତା ପୁରୀ ଆସି ଅନୁଧ୍ୟାନ କରି ବ୍ଲୁ ଫ୍ଲାଗ ବିଚ୍ର ୩୩ ଟି ମାନଦଣ୍ଡ ପୂରଣ କରାଯାଇ ବ୍ଲୁ ଫ୍ଲାଗ ବିଚ ମାନ୍ୟତା ଦିଆଯାଏ । ଡେନମାର୍କର ଫେଡେରସନ ଅଫ୍ ଏନଭାଇରମେଣ୍ଟ ଏଜୁକେସନ ନାମକ ସଂସ୍ଥା ବିଶ୍ବରେ ସର୍ବଶ୍ରେଷ୍ଠ ବେଳାଭୂମିକୁ ବ୍ଲୁ ଫ୍ଲାଗ ବିଚ ମାନ୍ୟତା ଦେଇଥାଏ । କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଦ୍ବାରା ଭାରତ ବିଭିନ୍ନ ରାଜ୍ୟର ସମୁଦ୍ର ଉପକୂଳରେ ୮ଟି ବ୍ଲୁ ଫ୍ଲାଗ ବିଚ ପ୍ରୋଜେକ୍ଟ ଏହି ମାନ୍ୟତା ହାସଲ କରିଛି ।