ପୁରୀ:- ପୁରୀ ବେଳାଭୂମିରେ ସ୍ନାନ କରିବା ବେଳେ ପର୍ଯ୍ୟଟକ ନିଖୋଜ । ନିଖୋଜ ପର୍ଯ୍ୟଟକ ହେଉଛନ୍ତି ହାଇଦ୍ରାବାଦର ୨୫ ବର୍ଷୀୟ ବିକାଶ ଚନ୍ଦେ । ପରିବାର ସହ ପୁରୀ ବୁଲିବାକୁ ଆସି ଲାଇଟ୍ ହାଉସ ନିକଟ ବେଳାଭୂମିରେ ଗାଧୋଉ ଥିବାବେଳେ ବୁଡ଼ିଯାଇ ନିଖୋଜ ହୋଇଯାଇଛନ୍ତି ବିକାଶ । ଲାଇଫ ଗାର୍ଡ ଓ ଅଗ୍ନିଶମ ବିଭାଗ ପକ୍ଷରୁ ବହୁ ଖୋଜାଖୋଜି କରାଯାଇଥିଲେ ହେଁ ନିଖୋଜ ଯୁବକ ଠାବ ହୋଇ ପାରିନାହାନ୍ତି । ପୁରୀ ବେଳାଭୂମିର ସେକ୍ଟର ୯ ରେ ଘଟିଛି ଏହି ଅଘଟଣା । ତବେ ଖୋର୍ଦ୍ଧାର ସୁମନ ମହାରଣା ଭାସିଯାଇଥିବା ବେଳେ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ତାଙ୍କୁ ଜୀବନ୍ତ ଉଦ୍ଧାର କରିଥିଲେ ।