ଦେଶରେ ସମ୍ପୂର୍ଣ୍ଣ ଲକଡାଉନ ଜରୁରୀ କି?

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଉଗ୍ର ରୂପ ନେଇଛି । ଭାରତରେ ଦେଖାଦେଇଥିବା ଷ୍ଟ୍ରେନ ଏବେ ୧୭ ଦେଶରେ ବ୍ୟାପିଥିବା ଡବ୍ଲୁଏଚଓ କହିଛି । ଦେଶରେ କରୋନାର ଭୟାବହତାକୁ ଦେଖି ଏହି ସଂକ୍ରମଣ ଚେନ ଭାଙ୍ଗିବାକୁ ଦେଶରେ ସମ୍ପୂର୍ଣ୍ଣ ଲକଡାଉନ ଆବଶ୍ୟକ ଥିବା ୟୁଏସର ବିଶିଷ୍ଟ ସ୍ୱାସ୍ଥ୍ୟ ବିଶେଷଜ୍ଞ ଆଣ୍ଟୋନି ଫାଉକ ପରାମର୍ଶ ଦେଇଛନ୍ତି । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଗତ ପ୍ରାୟ ୧୫ ଦିନ ଉପରକୁ ୩ ଲକ୍ଷରୁ ୪ ଲକ୍ଷ ମଧ୍ୟରେ ରହିଛି । ଏହି ସଂକ୍ରମଣକୁ ନେଇ ବିଶ୍ୱ ସମୂଦାୟ ଚିନ୍ତାରେ । ତେଣୁ ସଂକ୍ରମଣ ସୃଙ୍ଖଳ ଭାଙ୍ଗିବାକୁ ଦେଶବ୍ୟାପୀ ସମ୍ପୂର୍ଣ୍ଣ ସଂକ୍ରମଣ ଜରୁରୀ ଥିବା ବିଶେଷଜ୍ଞ ମତଦେଇଛନ୍ତି ।
ଦେଶରେ ଆଜି ୩ଲକ୍ଷ ୨୯ ହଜାର ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩,୮୦୦ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କର୍ଣ୍ଣାଟକରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କର୍ଣ୍ଣାଟକ ପରେ ରହିଛି ମହାରାଷ୍ଟ୍ର । ଟୀକାକରଣର ବ୍ୟାପକତା ମଧ୍ୟରେ ସଂକ୍ରମିତ ସଂଖ୍ୟାରେ ଆସୁନାହିଁ ହ୍ରାସ ।