(ମାଲକାନଗିରି) : ଆଖି ବୁଜିଲେ ଦୁର୍ଦ୍ଦାନ୍ତ ନକ୍ସଲ ସନ୍ଦିପ ଯାଦବର । ୬ଟି ରାଜ୍ୟର ପୁଲିସ ପାଇଁ ମୋଷ୍ଟ ୱାଣ୍ଟେଡ୍ ଥିବା ଦୁର୍ଦ୍ଦାନ୍ତ ନକ୍ସଲ ସନ୍ଦିପ ଯାଦବର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା। ସନ୍ଦିପଙ୍କ ଘର ବିହାରର ଗୟା ଜିଲ୍ଲାରେ। ସନ୍ଦିପର ମୃତ୍ୟୁ ପରେ ନକ୍ସଲ ସଂଗଠନକୁ ଏକ ବଡ଼ ଝଟକା ଲାଗିଛି ।
ତେବେ ପୋଲିସର ନିଦ ହଜାଇ ଦେଇବା ନକ୍ସଲ କମାଣ୍ଡର ସନ୍ଦିପଙ୍କୁ ଖାଦ୍ୟରେ ବିଷ ଦିଆଯାଇଥିବା ଜଣାପଡ଼ିଛି। ଗତ ତିନି ଦଶନ୍ଧି ହେଲା ୬ଟି ରାଜ୍ୟରେ ନିଜର ଦବଦବା ବଜାଇ ରଖିଥିବା ଜଣାପଡିଛି ।
ସନ୍ଦିପଙ୍କ ବିରୋଧରେ ଓଡିଶା, ଛତିଶଗଡ଼, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗ ଏହି ୬ ରାଜ୍ୟରେ ୫୦୦ରୁ ଅଧିକ ମାମଲା ରହିଛି। ବିଭିନ୍ନ ରାଜ୍ୟରେ ସନ୍ଦିପଙ୍କ ବିରୋଧରେ ରହିଥିବା ପୁରସ୍କାର ରାଶିକୁ ମିଶାଇଲେ ପ୍ରାୟ ୮୪ ଲକ୍ଷ ଟଙ୍କା ହେବ।
ଗତ ତିନି ଦଶନ୍ଧି ହେଲା ୬ଟି ରାଜ୍ୟର ଲୋକଙ୍କ ମନ ଭିତରେ ଭୟ ସଂଚାର କରିବା ସହ