ଛତିଶଗଡ ବିଜାପୁର ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ କୁଖ୍ୟାତ ମାଓନେତା ଭାସ୍କରର ମୃତ୍ୟୁ

0

ଛତିଶଗଡ-: ଛତିଶଗଡ ବିଜାପୁର ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ମାଓ ଏନକାଉଣ୍ଟର୍‍ । ସୁରକ୍ଷାକର୍ମୀଙ୍କ ଗୁଳିରେ କୁଖ୍ୟାତ ମାଓନେତା ଭାସ୍କରର ମୃତ୍ୟୁ ହୋଇଛି । ଭାସ୍କର ନାଁରେ ସରକାର ୪୫ଲକ୍ଷର ପୁରସ୍କାର ରାଶି ରଖିଥିଲେ । ଏନକାଉଣ୍ଟର ସ୍ଥଳରୁ ଏକେ-୪୭ ରାଇଫଲ ବ୍ୟତୀତ ବିପୁଳ ବିସ୍ଫୋରକ, ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଜବତ କରାଯାଇଛି ।

ଭାସ୍କର ତେଲେଙ୍ଗାନା ରାଜ୍ୟ କମିଟିର ସଦସ୍ୟ ଥିବାବେଳେ ସେ ତେଲେଙ୍ଗାନାର ଆଦିଲାବାଦ ଜିଲ୍ଲାର ବାସିନ୍ଦା ଥିଲା । ସେ ମାଓବାଦୀ ସଂଗଠନର ତେଲେଙ୍ଗାନା ରାଜ୍ୟ କମିଟିର ମଞ୍ଚେରିଆଲ କୋମରାମ ଭୀମାର ସଚିବ ମଧ୍ୟ ରହିଥିଲା ।