ଆସନ୍ତା କାଲି ହେବ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ସହ ଝାଡଖଣ୍ଡରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ

ନୂଆଦିଲ୍ଲୀ: ଆସନ୍ତା କାଲି  ହେବ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ । ଏହା ସହ ଝାଡଖଣ୍ଡରେ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ହେବ । ତେଣୁ ଗତ କାଲି ଠାରୁ  ଶେଷ ହୋଇଯାଇଛି ପ୍ରଚାର । ତେବେ ମହାରାଷ୍ଟ୍ରର ମୋଟ ୨୮୮ ଆସନରେ ଗୋଟିଏ ପର୍ଯ୍ୟାୟରେ ହେବାକୁ ଥିବା ବେଳେ  ଝାଡଖଣ୍ଡରେ ଦ୍ୱିତୀୟ ପର୍ଯ୍ୟାୟ  ଭୋଟ ବଳକା ୩୮ ଆସନ ପାଇଁ ହେବ ମତଦାନ । ପ୍ରଥମ ପର୍ଯ୍ୟାୟରେ ଝାଡ଼ଖଣ୍ଡର ୪୩ ଆସନରେ ଭୋଟ୍ ଗ୍ରହଣ ଶେଷ ହୋଇଛି । ଆସନ୍ତା ୨୩ ତାରିଖରେ ଏହି ଦୁଇ ରାଜ୍ୟ ସମେତ କିଛି ରାଜ୍ୟରେ ହୋଇଥିବା ଉପନିର୍ବାଚନର ଫଳ ପ୍ରକାଶ ପାଇବ । ମହାରାଷ୍ଟ୍ରରେ ମୋଟ୍ ୨୮୮ ବିଧାନସଭା ଆସନରେ ମତଦାନ ହେବ । ଏଥିମଧ୍ୟରୁ ୨୩୪ ଅସନ ଅଣସଂରକ୍ଷିତ ସିଟ୍ ରହିଥିବା ବେଳେ ୨୯ ଆସନ ଜନଜାତି ଏବଂ ୨୫ଟି ବିଧାନସଭା ସିଟ୍ ଅନୁସୂଚୀତ ଜନଜାତି ପାଇଁ ସଂରକ୍ଷିତ ରହିଛି । ସେହିପରି ଚଳିତ ନିର୍ବାଚନରେ ୭,୦୭୮ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିଥିବାବେଳେ ଏମାନଙ୍କ ମଧ୍ୟରୁ ୨,୯୩୮ଜଣ ଶେଷ ସମୟରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଛନ୍ତି । ମୋଟ୍ ୪, ୧୩୬ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୯.୭ କୋଟି ଭୋଟର । ଏନେଇ ୧,୦୦,୧୮୬ଟି ମତଦାନ କେନ୍ଦ୍ର ତିଆରି ହୋଇଛି । ଝଡ଼ଖଣ୍ଡରେ ଦ୍ବିତୀୟ ପର୍ଯ୍ୟାୟରେ ବଳକା ୩୮ଟି ବିଧାସଭାନ ଆସନରେ ମତଦାନ ହେବ । ୫୨୮ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୧.୨୩ କୋଟି ପଞ୍ଜୀକୃତ ଭୋଟର । ବୁଧବାର ମତଦାନ ପାଇଁ ୧୪, ୨୧୮ଟି ମତଦାନ କେନ୍ଦ୍ର ହୋଇଛି । ପ୍ରଥମ ପର୍ଯ୍ୟାୟରେ ଝାଡ଼ଖଣ୍ଡର ୪୩ ଆସନରେ ଭୋଟ୍ ଗ୍ରହଣ ଶେଷ ହୋଇଛି ।