ବିଜୁଙ୍କ ନାଁ ରେ ଥିବା ଯୋଜନାରେ ଟୋକନ ମନି, କେବଳ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ବଜେଟରେ ବ୍ୟବସ୍ଥା କରାଯାଉଛି

ଭୁବନେଶ୍ୱର: ବିଜୁ ଙ୍କ ନାଁ ରେ ଥିବା ଯୋଜନା ରେ ଟୋକନ ମନି । କେବଳ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ବଜେଟ ରେ ବ୍ୟବସ୍ଥା କରାଯାଉଛି । ନିଜସ୍ୱ ଯୋଜନା ନାଁ ରେ ରାଜ୍ୟ ବାସୀ ଙ୍କୁ ଭୁଆଁ ବୁଲାଉଛନ୍ତି ରାଜ୍ୟ ସରକାର।  କେନ୍ଦ୍ର ଯୋଜନା କୁ ରି ପ୍ୟାକେଜିଙ୍ଗ କରି ହାଇକ୍ୟାଜ କରୁଛନ୍ତି ।

ବିଜେପି ର ପ୍ରଶ୍ନ

୧ – ୩ ବର୍ଷ ରେ ୩ ହଜାର ବିଜୁ ପକ୍କା ଘର ନିର୍ମାଣ କରିଛନ୍ତି ସରକାର । ପ୍ରଧାନମନ୍ତ୍ରୀ ଆବସ ରେ ୨୮ ଲକ୍ଷ ।  ବିଜୁ ପକ୍କା ଘର ଯୋଜନା କେବଳ ଲୋଗୋ ରାଜନୀତି।

୨ – ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୨୫ ଲକ୍ଷ କହିକି ମାତ୍ର ୮ ଲକ୍ଷ ଲୋକଙ୍କୁ ଚାଉଳ ଦେଲେ , ତାଙ୍କ ନିଜସ୍ଵ ସ୍କିମରେ ୧୦  କେଜି ଚାଉଳ ନ ଦେଇ ଅନ୍ୟକୁ ଦାବି କରୁଛନ୍ତି ଦେବା ପାଇଁ ?

୩ – ସୌଭାଗ୍ୟ ଯୋଜନା ଏବଂ ପ୍ରଧାନମନ୍ତ୍ରୀ ୨୪ ଲକ୍ଷ ୫୨ ହଜାର କେନ୍ଦ୍ର ସରକାର ଯୋଗାଈ ଦେଇଛନ୍ତି , ବିଜୁ ଗ୍ରାମ ଜ୍ୟୋତି ଯୋଜନା ରେ କେତେ ପଡା ଗାଁ କୁ ଲାଇନ ଦେଇଛ କୁହ ଆଉ କେତେ ଲୋକ ପାଇବା ପାଇଁ ଅପେକ୍ଷା କରିଛନ୍ତି ?

୪ – ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ୩ ଟି ଆର୍ଥିକ ବର୍ଷରେ ୨୦ ହଜାର ୫୦୦ କିମି ରୁ ଅଧିକ ରାସ୍ତା ହୋଇଛି। ମୁଖ୍ୟମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ରେ ୧୦ ବର୍ଷ ରେ ୧୦ ହଜାର ରାସ୍ତା ତିଆରି କରିବାକୁ କହିଥିଲେ , କିନ୍ତୁ ୭ ବର୍ଷ ପରେ ମାତ୍ର ଅଢେ଼ଇ ହଜାର କିମି ରାସ୍ତା ହୋଇଛି ?

୫ – ଜଳ ଜୀବନ ମିଶନ ରେ ଓଡ଼ିଶାର ୫୭ ପ୍ରତିଶତ ଲୋକଙ୍କ ଘରେ ପିଇବା ପାଣି ପହଞ୍ଚିଛି ,କିନ୍ତୁ ରାଜ୍ୟ ସରକାର ବସୁଧା ଯୋଜନାରେ କେତେ ଘରେ ପିଇବା ପାଣି ପହଞ୍ଚାଇ ଛନ୍ତି ?

୬ – ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ରେ ରାଜ୍ୟର ୮ ଲକ୍ଷ ପିଲା ସ୍କିଲ କରାଯାଇଛି ,କିନ୍ତୁ ରାଜ୍ୟ ସରକାରଙ୍କ ବିଜୁ ଆତ୍ମ ନିଯୁକ୍ତି କୁଆଡେ ଗଲା ?

୭ – ବିଜୁ କନ୍ୟା ରତ୍ନ ଯୋଜନା କୁଆଡେ ଗଲା , ପ୍ରଧାନମନ୍ତ୍ରୀ ସୁକନ୍ୟା ଯୋଜନା ରେ ଓଡ଼ିଶାର ୧୪ ଲକ୍ଷ ବାଳିକା ମାନଙ୍କୁ ଆର୍ଥିକ ସହାୟତା ଯୋଗାଈ ଦେଇଛନ୍ତି

୮ – ବିଜୁ ଗାଁ ଗାଡି ଯୋଜନା କୁଆଡେ ଗଲା ତାହା କଣ ବନ୍ଦ ହୋଇଗଲା କି , କେତେ ଗାଁ କୁ ଏଇ ଯୋଜନାରେ କେତେ ଗାଡି ଚାଲିଛି।

୯ – କୁଆଡେ ଗଲା ବିଜୁ ଯୁବ ବାହିନୀ ଯୋଜନା,ବିଜୁ ଯିବୁ ବାହିନୀ ଯୋଜନାର ଲକ୍ଷ୍ୟ ପୂରଣ ହୋଇଗଲା କି ?

୧୦ – ବିଜୁ ଗାଡି ଚାଳକ ବୀମା ଯୋଜନା କୁଆଡେ ଗଲା .କେତେ ଡ୍ରାଇଭର ମାନଙ୍କୁ ସେଇ ଯୋଜନାରେ ବୀମା ଭୁକ୍ତ କରିଛନ୍ତି କରିଛନ୍ତି ରାଜ୍ୟ ସରକାର ?

୧୧ – ଆଳୁ ମିଶନ କୁଆଡ଼େ ଗଲା । ଲକ୍ଷ ଧାର୍ୟ୍ୟ ସମୟ ଭିତରେ ଆବଶ୍ୟକତା ଓ ଯୋଜନାର ଆଭିମୁଖ୍ୟ ପୂରଣ ହୋଇ ପାରିଲା କି ?