ନୂଆଦିଲ୍ଲୀ – ୨୦୧୨ ରୁ ଜାନୁଆରୀ ୨ ତାରିଖରେ ବିଶ୍ୱ ସ୍ତରରେ ‘ବିଜ୍ଞାନ ଉପନ୍ୟାସ ଦିବସ ବା ସାଇନସ’ ବା ‘ ସାଇନ୍ସ ଫିକସନ ଡେ’ ପାଳନ କରାଯାଉଛି । ଏହା ବିଜ୍ଞାନ ଔପନ୍ୟାସିିକ ଓ ଗାଳ୍ପିକ ଆଇଜାକ ଆସିମୋଭଙ୍କ ଜନ୍ମଦିନ । ସେ ଆଧୁନିକ ବିଜ୍ଞାନ ଉପନ୍ୟାସର ଜନକ ଭାବେ ଜଣାଶୁଣା । ସେ ପାଞ୍ଚ ଶହରୁ ଅଧିକ ବିଜ୍ଞାନ ପୁସ୍ତକର ରଚୟିତା ଓ ସଂପାଦକ । ସେ ଯୁକ୍ତରାଷ୍ଟ୍ର ଆମେରିକାରେ ବଢିଥିଲେ । ଆଧୁନିକ ବିଜ୍ଞାନ ଉପନ୍ୟାସକୁ ନୂଆ ରୂଫ ଓ ଦିଗ ଦେଇଥିଲେ । ତାଙ୍କ ସଂପର୍କରେ ଏକ ଉଲ୍ଲେଖନୀୟ କଥା ହେଉଛି , ସେ ବିମାନରେ ଯାତ୍ରା କରିବାକୁ ଭୟ କରୁଥିଲେ । ନିଜ ଜୀବନ କାଳରେ ମାତ୍ର ଦୁଇ ଥର ବିମାନ ଯାତ୍ରା କରିଥିଲେ ।ପୁଣି ସେ ସର୍ବଦା ବନ୍ଦ କୋଠରୀରେ ରହିବାକୁ ଭଲପାଉଥିଲେ ।
Edit by sanjulata sahoo