ଆଜି ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ

ବ୍ୟୁରୋ : ଆଜି ବିଶ୍ୱ ପ୍ରେସ ଦିବସ । ପ୍ରତି ବର୍ଷ ମେ ୩ ତାରିଷରେ ଏହା ପାଳନ କରାଯାଏ । ଚଳିତ ବର୍ଷ ଏହି ଦିବସର ବିଷୟ ଜର୍ନାଲିଜମ ଅଣ୍ଡର ଡିଜିଟାଲ ସିଜ ରଖାଯାଇଛି । ସାମ୍ବାଦିକଙ୍କ ବାକ ସ୍ୱାଧୀନତା ରକ୍ଷା ଓ ସମ୍ମାନ ସରକାରଙ୍କ କର୍ତ୍ତବ୍ୟ କଥା ମନେ ପକାଇବା ଉଦ୍ଦେଶ୍ୟରେ ପ୍ରତି ବର୍ଷ ଏହି ବିଷୟ ପାଳନ କରାଯାଉଛି । ସାମ୍ବାଦିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସରକାରଙ୍କ ମୁଖ୍ୟ ଦାୟିତ୍ୱ ।

ସୂଚନାଯୋଗ୍ୟ ୧୯୯୩ ମସିହାରେ ଜାତିସଂଘ ସାଧାରଣ ସଭାରେ ମେ ୩ କୁ ପ୍ରେସ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଘୋଷଣା କରାଯାଇଥିଲା । ଗଣତନ୍ତ୍ରର ମୂଲ୍ୟବୋଧକୁ ରକ୍ଷା କରିବାରେ ଗଣମାଧ୍ୟମ ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହି ଦିନ ଅନେକ ସ୍ଥାନରେ ପ୍ରେସ ଦିବସ ପାଳନ କରାଯିବା ସହ ଲୋକଙ୍କୁ ବାକ ସ୍ୱାଧୀନତା ସ୍ପର୍କରେ ବୁଝାଯାଉ ଥାଏ । ଏବଂ ସାମ୍ବାଦିକତା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇ ଥାଏ ।