ଆବୁଧାବି: ଆଇପିଏଲ ଦ୍ୱିତୀୟ ପର୍ଯ୍ୟାୟର ପଞ୍ଚମ ମ୍ୟାଚରେ ଆଜି ପୂର୍ବ ଭାରତ ଏବଂ ପଶ୍ଚିମ ଭାରତ ମଧ୍ୟରେ ଟକ୍କର ଦେଖିବାକୁ ମିଳିବ । ଆଜିର ଲିଗ ମୁକାବିଲାରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଏବଂ କୋଲକାତା ନାଇଟ ରାଇଡର୍ସ । ଶେଷ ମ୍ୟାଚରେ ଏକ ଧୂଆଁଧାର ବିଜୟ ସହିତ ଆତ୍ମବିଶ୍ୱାସରେ ଭରି ରହିଛି କୋଲକାତାର ଟିମ । ସେପଟେ ଚେନ୍ନାଇଠାରୁ ପରାଜୟ ପରେ ଆଜି ମ୍ୟାଚରେ ଅଧିନାୟକ ରୋହିତଙ୍କ ସହ ମୁମ୍ବାଇ ନିଜ ଆତ୍ମ ବିଶ୍ୱାସ ଫେରି ପାଇବ ବୋଲି ଆଶା ରହିଛି ।
ପୂର୍ବ ରେକର୍ଡ ଅନୁସାରେ ମୁମ୍ବାଇ ଦଳ ଫେଭରେଟ ରହିଛି । ମୋଟ ୧୩ଟି ମ୍ୟାଚରୁ ୧୨ଟି ମ୍ୟାଚରେ ବିଜୟ ହାସଲ କରିଛି ରୋହିତ ସେନା । ପ୍ରଥମ ପର୍ଯ୍ୟାୟର ମ୍ୟାଚରେ ମଧ୍ୟ ମୁମ୍ବାଇ ୧୦ ରନରେ ବିଜୟ ଛଡାଇ ନେଇଥିଲା । ତେବେ ଏହି ପର୍ଯ୍ୟାୟରେ ଦଳ ଅଧିକ ସନ୍ତୁଳିତ ଥିବାରୁ କୋଲକାତା ପ୍ରତିଶୋଧ ନେବାକୁ ସୁଯୋଗ ପାଇବ ବୋଲି ଆଶ କରୁଛି । ଦଳରେ ପ୍ୟାଟ କମିନ୍ସଙ୍କ ଅନୁପସ୍ଥିତି ପରେ ତାଙ୍କୁ ସ୍ଥାନା ପୂରଣ କରିଛନ୍ତି ଲକି ଫର୍ଗୁସନ । ଏହି ମ୍ୟାଚରେ ଦଳର ନୂଆ ଓପନର ଭେଙ୍କଟେଶ ଆୟର ଓପନିଂ କରିବାର ଯଥେଷ୍ଟ ସମ୍ବାବନା ରହିଛି ।
ଅନ୍ୟ ପକ୍ଷରେ ମୁମ୍ବାଇର ଅଧିନାୟକ ରୋହିତ ଶର୍ମା ଏହି ମ୍ୟାଚରେ ୧୮ ରନ ସଂଗ୍ରହ ଏକ ବଡ ରେକର୍ଡ ସୃଷ୍ଟି କରିବେ । ନାଇଟ ରାଇଡର୍ସ ବିପକ୍ଷରେ ସେ ଏକ ହଜାର ରନ ପୂରଣ କରିବାର ସୁଯୋଗ ରହିଛି । ଏ ପର୍ଯ୍ୟନ୍ତ କୋଲକାତା ବୋଲର ମାନଭ୍କ ନିକଟରୁ ସେ ୯୮୨ ରନ ସଂଗ୍ରହ କରି ସାରିଛନ୍ତି । ତେବେ ମୁମ୍ବାଇ ଦଳ ପାଇଁ ଚିନ୍ତାର କାରଣ ପାଲଟି ପାରନ୍ତି କେକେଆରର ଯୁବ ଏବଂ ବିସ୍ମୟ ବୋଲର ବରୁଣ ଚକ୍ରବର୍ତ୍ତୀ ।