ଲକ୍ଷ୍ନୌ : ଆଇପିଏଲରେ ଆଜି ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ଓ ମୁମ୍ବଇ ଇଣ୍ଡିଆନ୍ସ ମଧ୍ୟରେ ୧୬ତମ ମ୍ୟାଚ । ଦୁଇ ଦଳ ଗୋଟିଏ ଲେଖାଏଁ ମ୍ୟାଚ ଜିତିଥିବା ବେଳେ ଦୁଇଟି ଲେଖାଏଁ ପରାଜିତ ହୋଇଛନ୍ତି। ସମାନ ସ୍ଥିତିରେ ଥିବା ଦୁଇ ଦଳ ଉକ୍ତ ମ୍ୟାଚକୁ ଜିତି ପଏଣ୍ଟ ଟେବୁଲର ଉପରକୁ ଉଠିବାକୁ ଲକ୍ଷ୍ୟ ରଖିଛନ୍ତି। ଋଷଭ ପନ୍ତଙ୍କ ନେତୃତ୍ବାଧିନ ଲକ୍ଷ୍ନୌ ସୁପରଜିଆଣ୍ଟ୍ସ ଦିଲ୍ଲୀ କ୍ୟାପିଟାଲ୍ସ ନିକଟରୁ ୧ ୱିକେଟରେ ଓ ପଞ୍ଜାବ କିଙ୍ଗ୍ସ ନିକଟରୁ ୮ ୱିକେଟରେ ପରାଜିତ ହୋଇଥିବା ବେଳେ ସନରାଇଜର୍ସ ହାଇଦରାବାଦ୍କୁ ୫ ୱିକେଟରେ ପରାସ୍ତ କରିଥିଲା। ମିଚେଲ ମାର୍ଶ ଓ ନିକୋଲାସ ପୁରନଙ୍କୁ ବାଦ୍ ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ବଡ଼ ଇନିଂସ ଖେଳି ପାରିନାହାନ୍ତି। ଏଏବେ ବ୍ୟାଟିଂ କରୁଛି ଲକ୍ଷ୍ନୌ ସୁପରଜିଆଣ୍ଟ୍ସ । ବତ୍ତମାନ ସୁଦ୍ଧା ୩ଟି ୱିକେଟ୍ ହରାଇ ୧୩ ଓଭରରେ ୧୨୩ ରନ କରିପାରିଛି । ତେବେ ଆଜି କେଉଁ ଦଳ ଜିତୁଛି ସମସ୍ତଙ୍କ ନଜର ତାହାରି ଉପରେ ରହିଛି ।