ଆଜି ‘କାରଗିଲ ବିଜୟ ଦିବସ’ । ଆଜି ଦିନଟି ଭାରତୀୟ ମାନଙ୍କ ପାଇଁ ଐତିହାସିକ ଦିନ । ୧୯୯୯ ମସିହା ଆଜିର ଦିନରେ ପାକିସ୍ତାନକୁ ପରାସ୍ତ କରି ବିଜୟ ଧ୍ୱଜା ଉଡ଼ାଇଥିଲା । ମାଇନସ ୪୮ ଡିଗ୍ରୀ ସେଲସିଅସ ତାପମାତ୍ରାରେ ଶତ୍ରୁ ସୈନଙ୍କ ସହ ମୁକାବିଲା କରିବା କୌଣସି ସେନା ପାଇଁ କଷ୍ଟ ହେଇଥାଏ । ହେଲେ ମାତୃଭୂମିର ସୁରକ୍ଷା ପାଇଁ ପଛଘୁଞ୍ଚା ଦେଇ ନଥିଲେ ଭାରତୀୟ ସେନା । ଦେଶପାଇଁ ଶେଷନିଶ୍ୱାସ ପର୍ଯ୍ୟନ୍ତ ଲଡିବା ଛାଡିନଥିଲେ । ପାକିସ୍ତାନକୁ ମୁହଁତୋଡ ଜବାବ ଦେଇଥିଲେ । ସେତେବେଳେ ଏ ଯୁଦ୍ଧ ଟେଲିଭିଜନ୍ରେ ପ୍ରସାରିତ ହୋଇଥିଲା। କାରଗିଲ୍ ବିଜୟ ଦିବସ ଅବସରରେ ସାରା ଦେଶ ବୀର ସହିଦମାନଙ୍କୁ ସେମାନଙ୍କର ଅଦମ୍ୟ ସାହସ ପାଇଁ ଶ୍ରଦ୍ଧାଞ୍ଜଳି ଦେଇଥାଏ।
କାରଗିଲ ଯୁଦ୍ଧ ୧୯୯୯ମସିହାରୁ ଆରମ୍ଭ ହୋଇ ମେ’ ୩ ରୁ ଆରମ୍ଭ ହୋଇ ଜୁଲାଇ ୨୬ ତାରିଖରେ ଶେଷ ହୋଇଥିଲା। ଯୋଜନାବଦ୍ଧ ଭାବେ ପାକିସ୍ତାନ ୧୯୯୮ରୁ ହିଁ ଯୁଦ୍ଧର ଆରମ୍ଭ କରିଥିଲା। ୫ ହଜାର ସୈନ୍ୟଙ୍କୁ କାରଗିଲ ଦଖଲ ପାଇଁ ପଠାଇଥିଲା ପାକିସ୍ତାନ।ଏହାପରେ ଭାରତ ‘ଅପରେଶନ ବିଜୟ’ ଆରମ୍ଭ କରି ପାକିସ୍ତାନକୁ କଡ଼ା ଜବାବ ଦେଇଥିଲା। କାରଗିଲ ଯୁଦ୍ଧରେ ୫୦୦ରୁ ଅଧିକ ଭାରତୀୟ ଯବାନ ଶହିଦ ହେଇଥିଲା । ୪୦୦୦ରୁ ଉଦ୍ଧ୍ୱର୍ ସୈନିକ ମାତ ଦେବା ପାଇଁ ଭାରତୀୟ ଯବାନ ନିଜ ଜୀବନକୁ ଜଳାଞ୍ଜଳି ଦେଇଥିଲେ ।