ଆଜି ପବିତ୍ର ମୂଳାଷ୍ଟମୀ : ଆଜିଠୁ ଶ୍ରୀମନ୍ଦିରରେ ଷୋଳପୂଜା ନୀତି

ପୁରୀ: ଆଜି ପବିତ୍ର ମୂଳାଷ୍ଟମୀ । ଦୁର୍ଗା ପୂଜା ପାଇଁ ଚଳଚଞ୍ଚଳ ବିଭିନ୍ନ ଶକ୍ତି ପୀଠ । ଜେହେତୁ ଆଜି ଠାରୁ ଆରମ୍ଭ ହେବ ମାଆଙ୍କ ଷୋଡଶ ଉପଚାର ପୂଜା । ତେଣୁ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ସହସ୍ର କୁମ୍ଭାଭିଷେକ ନୀତି। ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ମା ବିମଳାଙ୍କ ପୀଠରେ ଆରମ୍ଭ ହେବ ଷୋଡଶ ଦିନାତ୍ମକ ପୂଜା । ଏହି ଅବସରରେ ଶ୍ରୀମନ୍ଦିରରେ ପାଳିତ ହେବ ଦୂର୍ଗା ମାଧବ ଉପାସନା । ଏଥିପାଇଁ ଶ୍ରୀନଅରରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ୨୧ଜଣ ବ୍ରାହ୍ମଣଙ୍କୁ ଆଚାର୍ୟ୍ୟ ବରଣ କରି ଦେବୀ ପୀଠ ମାନଙ୍କରେ ଷେଡଶ ଦିନାତ୍ମକ ପୂଜା ପାଇଁ ଆମନ୍ତ୍ରଣ କରିଛନ୍ତି। ଶାରଦୀୟ ପୂଜା ଅବସରରେ ଦେବୀ ଦୁର୍ଗାଙ୍କର ପୂଜା ଚାଲିଥିବାବେଳେ ଶ୍ରୀମନ୍ଦିରରେ ଦୁର୍ଗା ମାଧବ ଏକତ୍ର ଉପାସନାର ପରମ୍ପରା ରହିଛି। ଶ୍ରୀମନ୍ଦିରରେ ଆଜିଠାରୁ ଶାକ୍ତ ଏବଂ ଶକ୍ତିଙ୍କର ଉପାସନା ସ୍ଵରୂପ ଦୁର୍ଗା ମାଧବଙ୍କୁ ପୂଜାର୍ଚ୍ଚନା କରାଯାଇଛି। ଶାରଦୀୟ ପୂଜା ପାଇଁ ଶ୍ରୀମନ୍ଦିରରେ ମାଆ ବିମଳାଙ୍କ ପୀଠ ସହ ପୁରୀର ଅନ୍ୟାନ୍ୟ ପ୍ରତିଷ୍ଠିତ ଶକ୍ତିପୀଠ ପାଇଁ ଶ୍ରୀନଅରକୁ ବ୍ରାହ୍ମଣ ମାନଙ୍କୁ ଆମନ୍ତ୍ରଣ କରାଯାଇଛି। ଆଜିଠୁ ଶ୍ରୀକ୍ଷେତ୍ରରେ ସବୁ ଶକ୍ତିପୀଠ ମାନଙ୍କରେ ଚଣ୍ଡିପାଠ ଆରମ୍ଭ ହେବ।