ଆଜି ପୁରୀ ଗ୍ରସ୍ତ କରିବେ ମୁଖ୍ୟମନ୍ତ୍ରୀ, ଭୁମିହୀନ ବସ୍ତି ବାସିନ୍ଦାଙ୍କୁ କରିବେ ପଟ୍ଟା ବଂଟନ

(ରିପୋର୍ଟସ ଟୁଡ଼େ): ଆଜି ପୁରୀ ଗ୍ରସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।‘ଜାଗା ମିଶନ’ କାର୍ୟ୍ୟକ୍ରମରେ ଯୋଗଦେଇ ଭୂମିହୀନ ବସ୍ତି ବାସିନ୍ଦାଙ୍କୁ ପଟ୍ଟା ବଂଟନ କରିବେ । ତାଳବଣିଆର ଇନଡୋର ଷ୍ଟାଡିୟମରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକମ୍ରରେ ପ୍ରାୟ ୬୫ ହଜାର ହୀତାଧିକାରୀଙ୍କୁ ଜମି ପଟ୍ଟା ବଂଟନ କରାଯିବ ।
ଏହି ଯୋଜନା ଦ୍ୱାରା ବସ୍ତି ବାସିନ୍ଦାମାନେ ବାସୋପଯୋଗୀ ଜାଗା ପାଇବା ସହ ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରେ ଘର, ପାଇପ ଜଳ, ପାଇଖାନା ଇତ୍ୟାଦି ସୁବିଧା ସୁଯୋଗ ପାଇପାରିବେ । ଏହି ଯୋଜନା ପୁରୀରୁ ଆରମ୍ଭ ହୋଇଥିବାବେଳେ ସାରା ରାଜ୍ୟରେ ଏହା ଦ୍ୱାରା ବିଭିନ୍ନ ଏନଏସି ଓ ମ୍ୟୁନିସିପାଲିଟିରେ ବସବାସ କରୁଥିବା ୧୮ ଲକ୍ଷ ବସ୍ତି ବାସିନ୍ଦା ଏହା ଦ୍ୱାରା ଉପକୃତ ହୋଇପାରିବେ ।
ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମଧ୍ୟାହ୍ନରେ ପୁରୀରୁ ଅଷ୍ଟମ ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ମଧ୍ୟ ଶୁଭାରମ୍ଭ କରିବେ । ହରିଦ୍ୱାରା–ଋଷିକେଶ ଅଭିମୁଖେ ଏହି ଅଷ୍ଟମ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଟ୍ରେନକୁ ପୁରୀରୁ ଭିଡିଓ କନଫରେନ୍ସି ଜରିଆରେ ଶୁଭାରମ୍ଭ କରିବେ ନବୀନ । ତୀର୍ଥ ଯାତ୍ରୀଙ୍କ ଯାତ୍ରାର ଶୁଭମନାସୀ ସେ ଭିଡିଓ କନଫରେନ୍ସି ଜରିଆରେ