ଗଞ୍ଜାମ: ଆଜି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷା ଉପନିର୍ବାଚନ । ବିପିନ ପ୍ରଧାନ ଗୋଷ୍ଠୀର ଯମୁନା ନାୟକ ନିର୍ବାଚିତ । ଯାହାକୁ ନେଇ ବିପିନ ପ୍ରଧାନ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ବିପିନ ପ୍ରଧାନ ଗୋଷ୍ଠୀର ସମର୍ଥକ ରାଲି କରି ଶକ୍ତି ପ୍ରଦର୍ଶନ କରିଛନ୍ତି । ସୂଚନା ଅନୁଯାୟୀ , ଏହି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ନିମନ୍ତେ ଦିନ ୧୧ଟାକୁ ସମୟ ଧାର୍ଯ୍ୟ କରାଯାଇଥିଲା । ଏହାପରେ ଯାଞ୍ଚ ଓ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ପ୍ରକ୍ରିୟା ରହିଥିଲା । କିନ୍ତୁ ଏହି ନିର୍ବାଚନ ପାଇଁ ନିର୍ଦ୍ଧାରିତ ସମୟ ମଧ୍ୟରେ କେହି ବି ନାମାଙ୍କନ ଦାଖଲ କରିନଥିଲେ। ବିପିନ ପାତ୍ର ଗୋଷ୍ଠୀର ୧୪ ସମିତି ସଭ୍ୟ ଠିକ୍ ସମୟରେ ବ୍ଲକ କାର୍ୟ୍ୟାଳୟରେ ନାମାଙ୍କନ ଦାଖଲ କରିଥିଲେ । ବିପ୍ଳବ ପାତ୍ର ଗୋଷ୍ଠୀର କେହି ନାମାଙ୍କନ ଦାଖଲ କରିନଥିବାରୁ ବିପିନ ପ୍ରଧାନ ଗୋଷ୍ଠୀ ବାଜି ମାରିଛି । ତେବେ ଏହି ନିର୍ବାଚନରେ ସୁରକ୍ଷା ପାଇଁ ୫ ପ୍ଲାଟୁନ ପୋଲିସ ଫୋର୍ସ ସମେତ ପାଞ୍ଚ ଗୋଟି ଥାନା ଅଧିକାରୀ ଏବଂ ଚାରି ଜଣ ଝଊଚଙ ମୁ୍ତୟନ ହୋଇଥିଲେ ।
ସୂଚନା ଅନୁଯାୟୀ , ଗତ ଅଗଷ୍ଟ ୩୧ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ୧୦ ଜଣ ସମିତି ସଭ୍ୟ ଗାୟବ ହୋଇଥିବା ଯୋଗୁଁ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା । ପୂର୍ବତନ ବ୍ଲକ ଅଧ୍ୟକ୍ଷା ସୁନୀତା ସେଠୀଙ୍କ ମୃତ୍ୟୁ ପରେ ଏହି ଉପ ନିର୍ବାଚନ ହେଉଛି ।