ଚିନ୍ତା ବଢ଼ାଉଛି କେରଳ :  ଦୈନିକ ୨୨ହଜାରରୁ ଉର୍ଦ୍ଧ ନୂଆ ମାମଲା

ଦେଶରେ କରୋନା ଭାଇରସ୍‌ର ୨ୟ ଲହରରେ ଆତଙ୍କ ଦେଖିବାକୁ ମିଳିଛି । ଯେଉଁ ରାଜ୍ୟରେ କୋଭିଡ୍‌ ମାମଲା ବୃଦ୍ଧି ପାଉଛି , ସେଠି ମଧ୍ୟରୁ ଗୋଟିଏ ରାଜ୍ୟ କେରଳ ।

0

(କେରଳ) : ଦେଶରେ କରୋନା ଭାଇରସ୍‌ର ୨ୟ ଲହରରେ ଆତଙ୍କ ଦେଖିବାକୁ ମିଳିଛି । ଯେଉଁ ରାଜ୍ୟରେ କୋଭିଡ୍‌ ମାମଲା ବୃଦ୍ଧି ପାଉଛି , ସେଠି ମଧ୍ୟରୁ ଗୋଟିଏ ରାଜ୍ୟ କେରଳ । କେରଳ ଏହି ସମୟରେ କରୋନା ମହାମାରୀରେ ସବୁଠୁ ଅଧିକ ପ୍ରଭାବିତ ହେବା ରାଜ୍ୟ ହୋଇଛି ।  କେରଳରେ ଗୁରୁବାର ଦିନ ୨୨ହଜାରରୁ ଅଧିକ ନୂଆ ମାମଲା ରେକର୍ଡ କରାଯାଇଥିଲା । ରାଜ୍ୟର ସ୍ୱାସ୍ଥ୍ୟ ବିଭାଗର ଡାଟା ମୁତାବକ , କେରଳରେ କରୋନାର ୨୨୦୪୦ଟି ମାମଲା ରେକର୍ଡ କରାଯାଇଛି । ୧୧୭ଜଣ ଲୋକଙ୍କର ଭାଇରସ୍‌ କାରଣରୁ ମୃତ୍ୟୁ ହୋଇଛି ।

 

ସରକାରୀ ସୂଚନାନୁଯାୟୀ , କେରଳରେ କରୋନା ଭାଇରସର ମାମଲା ନିଶ୍ଚୟ ବଢ଼ିଛି , ହେଲେ କୌଣସି ନୂଆ କୋଭିଡ୍‌ ଭାରିଏଣ୍ଟ ଏହା ପଛର କାରଣ ନୁହେଁ। କରୋନା ମାମଲାରେ ସଂଗ୍ରହ କରାଯାଇ ଥିବା ସାମ୍ପଲ୍ସରେ ସାମନାକୁ ଆସିଛି କି ୧ ଜୁଲାଇ ପର୍ଯ୍ୟନ୍ତ ମୋଟ ମାମଲା ମଧ୍ୟରୁ ୯୫ ପ୍ରତିଶତ ମାମଲା ଡେଲଟା ଭାରିଏଣ୍ଟ ଯୋଗୁଁ ସାମନାକୁ ଆସିଛି । ଡେଲଟା ଭାରିଏଣ୍ଟ ବିଶ୍ୱରେ ବହୁତ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ଏବଂ ବ୍ରିଟେନ୍‌ , ଆମେରିକା ସମେତ ଅନେକ ଦେଶରେ କୋଭିଡ୍‌ର ମାମଲାରେ ବୃଦ୍ଧ କାରଣରୁ ମଧ୍ୟ ଏହି ଭାରିଏଣ୍ଟ ରହିଛି ।