ଭୁବନେଶ୍ୱର; ପ୍ରଥମ ଶ୍ରେଣୀରେ ନାଁ ଲେଖିବାକୁ ହେଲେ ବୟସ ୬ ବର୍ଷ ହୋଇଥିବା ଦରକାର । ନହେଲେ ସ୍କୁଲରେ ନାଁ ଲେଖିପାରିବେ ନାହିଁ । ପ୍ରଥମ ଶ୍ରେଣୀ ନାମ ଲେଖା ଦ୍ୱନ୍ଦ ଦୂର କଲା ଗଣ ଶିକ୍ଷା ବିଭାଗ । ଛାତ୍ରଛାତ୍ରୀଙ୍କ ଉତକୃଷ୍ଟ ଶୈକ୍ଷିକ ବିକାଶ ପାଇଁ ଜାତୀୟ ଶିକ୍ଷାନୀତି ୨୦୨୦ରେ ଏହା ନିଷ୍ପତି ନିଆଯାଇଛି । ରାଜ୍ୟରେ ଜାତୀୟ ଶିକ୍ଷା ନୀତି-୨୦୨୦କୁ ୨୦୨୫ -୨୬ ଶିକ୍ଷାବର୍ଷଠାରୁ ପ୍ରଚଳନ ପାଇଁ ନିଷ୍ପତ୍ତି ନିଆଯାଇଛି ।ସେପ୍ଟେମ୍ବର ମାସ ୧ ତାରିଖ ସୁଦ୍ଧା ପିଲାକୁ ୬ ବର୍ଷ ହୋଇଥିଲେ ସେ ପ୍ରଥମ ଶ୍ରେଣୀରେ ନାମ ଲେଖାଇପାରିବେ ।