ଟାଇଟାନିକ ଏକ ବୁଡ଼ା ଜାହାଜର ରହସ୍ୟ

ମଣିଷ ସଭ୍ୟତାର ଆରମ୍ଭରୁ ସମୁଦ୍ର ତା’ଲାଗି ଏକ ଅସମାହିତ ବିସ୍ମୟ । ଏହି ବିଶାଳ ସମୁଦ୍ରକୁ ପାର ହେବା ଲାଗି ମଣିଷ ଗଢ଼ିଛି ଜାହାଜ । ଶହଶହ ବର୍ଷ ଧରି ମଣିଷ ଏହା ଦ୍ୱାରା ସମୁଦ୍ର ପାର ହୋଇ ଆସିଛି । ହେଲେ ପ୍ରାକୃତିକ ହେଉ କି କୃତିମ ହେଉ ଅନେକ ଜାହାଜ ନେଇଛି ସମୁଦ୍ରରେ ସମାଧି । ଏହି ସବୁ ବୁଡି ଯାଇଥିବା ଜାହାଜ ମଣିଷ ପାଇଁ ସୃଷ୍ଟି କରିଛି ରହସ୍ୟ । ଏହି ରହସ୍ୟ ଯାହାକୁ ନେଇ ସୃଷ୍ଟି ହୁଏ ଅନେକ ନୂଆ ନୂଆ ତଥ୍ୟ । ଏମିତି କିଛି ରହସ୍ୟକୁ ନେଇ ସମୁଦ୍ରରେ ଲିନ ହୋଇଥିଲା ଜାହାଜ ଟାଇଟାନିକ । ବୁଡ଼ି ଯାଇଥିବା ଜାହାଜ କଥା ଆଲୋଚନା ହେଲେ ସର୍ବ ପ୍ରଥମେ ନଜର ଆସେ ଟାଇଟାନିକ ନାଁ । କାରଣ ଏହାକୁ କୁହାଯାଉଥିଲା କେବେବି ନବୁଡ଼ିବା ଜାହାଜ । ବୋଧହୁଏ ଏହି ଅହଙ୍କାର ହିଁ କାଳ ହେଲା । କୁହାଯାଏ ବରଫ ପାହାଡ଼ରେ ଧକ୍କା ହୋଇ ବୁଡିଗଲା ଜାହାଜ । ତେବେ ଅନେକଙ୍କ ମତରେ ଏହା ସମ୍ପୂର୍ଣ୍ଣ ଭୁଲ । କିଛି ଲୋକଙ୍କ କହିବା ଅନୁସାରେ ଏହି ଜାହାଜ ବୁଡ଼ିବା ପଛରେ ରହିଛି ଅନେକ ରହସ୍ୟ । ତେବେ କଣ ହୋଇପାରେ ସେ ରହସ୍ୟ ଆସନ୍ତୁ ଜାଣିବା…..

ଟାଇଟାନିକ ହେଉଛି ଜାହାଜ ଜଗତର ଏକ ବିସ୍ମୟ । ଇତିହାସର ଏକ ଅବିସ୍ମରଣୀୟ ବିଷୟ । ଏହାର ଜନ୍ମ ଓ ମୃତ୍ୟୁ ଶତାବ୍ଦୀ ବିତିବା ପରେ ବି ସେତିକି ଚର୍ଚ୍ଚିତ ଯେତିକି ପୂର୍ବରୁ ଥିଲା ।ଟାଇଟାନିକ ବୁଡ଼ିଲା କାହିଁକି? ଏହା ଏକ ଅସମାହିତ ପ୍ରଶ୍ନ ହୋଇ ରହିଆସିଛି । ୧୯୧୨ ମସିହା ଏପ୍ରିଲ ୧୫ରେ ଟାଇଟାନିକ ତାର ପ୍ରଥମ ଯାତ୍ରାରେ ତାହା ସମୁଦ୍ର ମଧ୍ୟରେ ଲିନ ହୋଇଗଲା । ସମସ୍ତେ ପ୍ରାୟ ଜାଣିଛନ୍ତି ବରଫ ପାହାଡ଼ରେ ପିଟି ହୋଇ ବୁଡ଼ି ଗଲା ବିଶ୍ୱର ସବୁଠାରୁ ବଡ଼ ଜାହାଜ । କିନ୍ତୁ ଏହା ଯେ ସମ୍ପୂର୍ଣ୍ଣ ସତ ତାହା ସନ୍ଦେହ ଘେରରେ ରହିଛି । ଟାଇଟାନିକ ବୁଡ଼ିବା ପରେ ଏହାର ଅବସେଷାଶଂକୁ ୧୯୮୫ରେ ଉଦ୍ଧାର କରାଯାଇଥିଲା । ଏହା ପରେ ପରୀକ୍ଷାରୁ ଜଣା ପଡ଼ିଛି କିଛି ଭିନ୍ନ ତଥ୍ୟ ଯାହା ଆଧାରରେ ସୃଷ୍ଟି ହୋଇଛି ନୂଆ ସନ୍ଦେହ । ବିଶେଷଜ୍ଞଙ୍କ କହିବା ଅନୁସାରେ ଟାଇଟାନିକ ବୁଡ଼ିବା ପଛରେ କେବଳ ବରଫଖଣ୍ଡ ଦାୟୀ ନୁହେଁ ବରଂ ରହିଛି ଅନ୍ୟ କିଛି ରହସ୍ୟ । ବିଶେଷଜ୍ଞଙ୍କ କହିବା ଅନୁସାରେ ଜାହାଜର କୋଇଲା ବ୍ରୟଲର ଚାମ୍ବରରେ ଲାଗିଥିଲା ଭୟଙ୍କର ନିଆଁ, ଯାହାକୁ ଆୟତ କରିବାକୁ ବିଫଳ ହୋଇଥିଲେ କର୍ମଚାରୀ । ତିନି ମହାଲା ବିଶିଷ୍ଟ ଏହି ଚାମ୍ବରର ନିଆଁ ଦ୍ୱାରା ସୃଷ୍ଟି ହୋଇଥିଲା ପ୍ରାୟ ଏକ ହଜାର ଡିଗ୍ରୀ ତାପମାତ୍ରା । ଜାହା ଜାହାଜର ବାହ୍ୟ ସ୍ତରରେ ରହିଥିବା ଲୁହା ଚାଦରକୁ ମଧ୍ୟ ଦୁର୍ବଳ କରିଦେଇଥିଲା । ସେଥିଲାଗି ବରପ ଖଣ୍ଡରେ ମାଡ଼ ହେବା ପରେ ଏହା ଶିଘ୍ର ଭାଙ୍ଗି ଭିତରକୁ ପାଣି ପସି ଯାଇଥିଲା । ବଡ଼କଥା ହେଉଛି ବ୍ରିଟେନର ସାଉଥ୍ ହମ୍ଟମ୍ ବନ୍ଦରରୁ ଯାତ୍ରା ଆରମ୍ଭ କରିବା ପୂର୍ବରୁ ହିଁ ଜାହାଜରେ ନିଆଁ ଲାଗି ଯାଇଥିଲା । ତେବେ ଏସମ୍ପର୍କରେ ଯାତ୍ରୀ ମାନଙ୍କୁ ନଜଣାଇବାକୁ ନିଷ୍ପତି ନେଇଥିଲେ ଜାହାଜର ମାଲିକ । ତେବେ ଦ୍ୱିତୀୟ କାରଣ କୁହାଯାଉଛି ଯେ ବରଫଖଣ୍ଡ ସମ୍ପର୍କରେ ସୂଚନା ଠିକ୍ ସମୟରେ ଜାହାଜର କ୍ୟାପଟେନଙ୍କୁ ଜରା ନଥିଲା । ଜହାଜାର ବୁଡ଼ିବାର ଅନ୍ୟ ଏକ କାରଣ କୁହାଯାଉଛି ଯେ ଜାହାଜଟିକୁ ଭୁଲ୍ ଦୀଗରେ ବୁଲାଇବା । ଆଇସବର୍ଗ ଠାବ କରିବା ପରେ କିଛି ନାବିକ ଜାହାଜକୁ ଡାହାଣକୁ ଓ ଅନ୍ୟମାନେ ବାମକୁ ବୁଲାଇଥିଲେ । କିନ୍ତୁ ଏହି ତୃଟିକୁ ସୁଧାରିବା ବେଳକୁ ବିଳମ୍ବ ହୋଇସାରିଥିଲା । ଅନ୍ୟ କେତେକ ବିଶେଷଜ୍ଞଙ୍କ ମତରେ ଜାହାଜ ତିଆରୀ ହେବା ବେଳେ ଏଥିରେ ନିମ୍ନ ମାନର ସାମଗ୍ରୀ ବ୍ୟବହାର କରାଯାଇଥିଲା । ବିଶେଷକରି ଜାହାଜର ଲୁହା ପ୍ଲେଟକୁ ଧରି ରଖିବା ଲାଗି ବ୍ୟବହାର ହେଉଥିବା ସାମଗ୍ରୀ ଅତି ନିମ୍ନ ମାନର ଥିଲା ଫଳରେ ଏହା ଶିଘ୍ର ଭାଙ୍ଗିଗଲା । ଏହା ବାଦ ଟାଇଟାନିକ ଯାତ୍ରାର ସମୟ ମଧ୍ୟ ଭୁଲ ଥିଲା ବୋଲି କୁହନ୍ତି ପାଣିପାଗ ବିଶେଷଜ୍ଞ ।

ତେବେ ଏମିତି ହୋଇପାରେ କି କିଛି ବିଶେଷଜ୍ଞ ଏହି ରହସ୍ୟକୁ କେବଳ ରହସ୍ୟ ହିଁ ରଖିବାକୁ ଚାହାଁନ୍ତି? କଣ ଏଥିପାଇଁ ହିଁ ଟାଇଟାନିକୁ ସମୁଦ୍ର ଗର୍ଭରୁ କାଢ଼ିବାର କାମକୁ ଆଧରେ ହିଁ ସ୍ଥଗିତ କରି ରଖାଗଲା? କଣ ସମୁଦ୍ର ଭିତରେ ଥିବା ଏହି ଜାହାଜ ନିଜ ଭିତରେ ହିଁ ଅନେକ ରହସ୍ୟକୁ ଲୁଚେଇ ରଖିଛି? ଏହି ପ୍ରତ୍ୟେକୁ ଟି ପ୍ରଶ୍ନର ଉତ୍ତର ଏବେ ସମୟ ହିଁ କହିବ ।